fbpx

OCPL ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୧୬ ପ୍ରକାର ପଦ ପୂରଣ ହେବ, ଓଡ଼ିଶାର ପ୍ରାର୍ଥୀମାନେ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ରହି ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା କୋଲ ଆଣ୍ଡ ପାୱର ଲିମିଟେଡ (ଓସିପିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜେନେରାଲ ମ୍ୟାନେଜର (ଫାଇନାନ୍ସ), ଜେନେରାଲ ମ୍ୟାନେଜର (ମାଇନ୍ସ), ଡେପୁଟି ଜେନେରାଲ ମ୍ୟାନେଜର (ଇଲେକ୍ଟ୍ରିକାଲ), ସିନିୟର ମ୍ୟାନେଜର (ସିଭିଲ), ମ୍ୟାନେଜର (ସର୍ଭେ), ମ୍ୟାନେଜର (ମାଇନ ପ୍ଲାନିଂ), ଡେପୁଟୀ ମ୍ୟାନେଜର (ସୁରକ୍ଷା ଓ ଟ୍ରାଫିକ), ସିନିୟର ଆସିଷ୍ଟାଣ୍ଟ ମ୍ୟାନେଜର (ସିଏସଆର), ଆସିଷ୍ଟାଣ୍ଟ ମ୍ୟାନେଜର (ମାଇନିଂ), ଆସିଷ୍ଟାଣ୍ଟ ମ୍ୟାନେଜର (କେମିଷ୍ଟ୍ରି), ଆସିଷ୍ଟାଣ୍ଟ ମ୍ୟାନେଜର (ସର୍ଭେ), ଆସିଷ୍ଟାଣ୍ଟ ମ୍ୟାନେଜର (ମେକାନିକାଲ), ଆସିଷ୍ଟାଣ୍ଟ ମ୍ୟାନେଜର (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ମ୍ୟାନେଜର (ଜଙ୍ଗଲ ଓ ପରିବେଶ), ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ) ଏବଂ ଓଭରମ୍ୟାନ୍ ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦର ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଓ ବେତନ ହାର ଅଲଗା ଅଲଗା ରହିଛି । ଜୁନ୍ ମାସ ୨୬ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଆବେଦନ କରିଥିବା ପ୍ରାର୍ଥୀଙ୍କ ଶର୍ଟଲିଷ୍ଟ କରାଯାଇ ସାକ୍ଷାତକାର ନିମନ୍ତେ ଡକାଯିବ । ଜୁନ୍ ମାସ ୨୬ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ ଜୁଲାଇ ୧୬ରେ ତାହା ସମାପ୍ତ ହେବ । ଆପ୍ଲିସେନର ହାର୍ଡ କପି ସମେତ ଆବଶ୍ୟକ ଡକ୍ୟୁମେଣ୍ଟ ପଠାଇବାର ଶେଷ ତାରିଖ ଜୁଲାଇ ୨୬ ରହିଛି ।

ନୋଟିଫିକେସନ ଲିଙ୍କ: https://ocpl.org.in/Revised_1_Detailed_Advertisement_OCPL_HR_2024_01.pdf

ଅନଲାଇନ୍ ଆବେଦନ ଲିଙ୍କ: https://ocpl.org.in/OCPL_RECRUITMENT/frmAppLogin.aspx

Get real time updates directly on you device, subscribe now.