fbpx

କେଜ୍ରିୱାଲଙ୍କୁ ଝଟକା, ୧୫ ଜୁଲାଇ ପର୍ଯ୍ୟନ୍ତ ରହିବେ ଜେଲ ଭିତରେ , ଇଡିର ଦଲିଲ ଉପରେ ଶୁଣାଣିକୁ ହାଇକୋର୍ଟ କହିଲା….

ଓଡିଶା ଭାସ୍କର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପୁଣି ଝଟ୍‌କା ଲାଗିଛି । କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦିଆଯାଇଥିବା ଯାଚିକାର ଶୁଣାଣିକୁ ୧୫ ତାରିଖ ଯାଏଁ ରଦ୍ଦ କରି ଦେଇଛନ୍ତି । ମାମଲାର ଶୁଣାଣିକୁ ଏଥିପାଇଁ ରଦ୍ଦ କରିଛନ୍ତି ହାଇକୋର୍ଟ, କାରଣ କାଲି ବିଳମ୍ବିତ ରାତ୍ରିରେ କେଜ୍ରିୱାଲଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା । ଏହି ଦଲିଲକୁ କେଜ୍ରିୱାଲଙ୍କ ଓକିଲ ବିରୋଧ କରିଥିଲେ । ନିଜର ଉତ୍ତର ସେ ରାତ୍ରି ୧୧ ଟା ପର୍ଯ୍ୟନ୍ତ ରଖି ତାହାର ନକଲ ଦାଖଲ କରିଥିଲେ ।

ସେପଟେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଘଂବି ଏହି ଦାବିକୁ ଟାର୍ଗେଟ କରି କହିଛନ୍ତି ଯେ ସେ କାଲି ଦିନ ୧ ଟା ରେ ହିଁ ଉତ୍ତରର ନକଲ ରଖିଥିଲେ । ମାତ୍ର ଏବେ ଏହି ମାମଲାକୁ ଜଷ୍ଟିସ ନୀନା ବଂଶଲ କୃଷ୍ଣା ୧୫ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ପ୍ରକାଶଥାଉ ଯେ, ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ବର୍ତ୍ତମାନ ତିହାର ଜେଲରେ ଦୋଷ କାଟୁଛନ୍ତି ।

Get real time updates directly on you device, subscribe now.