fbpx

ରେଳୱେ ଇନସ୍ୟୁରେନ୍ସ ମାତ୍ର ୪୫ ପଇସାରେ, ରେଳ ବି ଦିଏ ବୀମା, ବର୍ଷକୁ ନିଅନ୍ତି ମାତ୍ର…..

ଓଡିଶା ଭାସ୍କର: ଭାରତରେ ରେଳ ଦୁର୍ଘଟଣା କୌଣସି ବଡ କଥା ନୁହେଁ । କେତେବେଳେ କେଉଁଠି ଏହି ରେଳ ଟ୍ରାକ ବଦଳାଇ ବ୍ୟକ୍ତିର ଜୀବନ ବଦଳାଇ ଦିଏ କେହି ଜାଣି ପାରନ୍ତି ନାହିଁ । ଅନେକ ଲୋକ ନିଜ ପରିଜନଙ୍କୁ ରେଳ ଦୁର୍ଘଟଣାରେ ହରାଇ ଥାଆନ୍ତି । ଏଇ ଯେମିତି ବାହାନଗା ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଥିଲା । ବହୁତ କମ ଲୋକ ଜାଣନ୍ତି ଯେ ରେଳୱେ ଦ୍ୱାରା ବୀମା ଦିଆଯାଏ । ମାତ୍ର ରେଳୱେ ଟ୍ରାଭେଲ ଇନସ୍ୟୁରେନ୍ସ ସେମାନଙ୍କୁ ମିଳେ ଯେଉଁମାନେ ଟିକେଟ ନେବା ସମୟରେ ଇନସ୍ୟୁରେନ୍ସ ମଧ୍ୟ ନିଅନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବୀମାର ପ୍ରିମିୟମ ମାତ୍ର ୪୫ ପଇସା ।

ରେଳୱେ ଟ୍ରାଭେଲ ଇନସ୍ୟୁରେନ୍ସ କେବଳ ସେମାନଙ୍କୁ ମିଳେ ଯେଉଁମାନେ ଅନଲାଇନ ରେଳ ଟିକେଟ କରନ୍ତି । ଟିକେଟ କାଉଣ୍ଟରରେ ଟିକେଟ ବୁକ କଲେ ରେଳୱେ ଏହା ଦେଇ ନଥାଏ । ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବି ଏହା ମିଳି ନଥାଏ । ଏହାକୁ ନେବେ କି ନାହିଁ ତାହା ଯାତ୍ରୀଙ୍କ ଉପରେ ହିଁ ନ୍ୟସ୍ତ ଥାଏ ।

ରେଳୱେ ଟ୍ରାଭେଲ ଇନସ୍ୟୁରେନ୍ସ ଥିଲେ ଟ୍ରେନ ଦୁର୍ଘଟଣା ଘଟିଲେ କମ୍ପାନୀ ବୀମା ଦେଇଥାଏ । ଦୁର୍ଘଟଣାରେ ଜଣେ ଯାତ୍ରୀର ଜୀବନ ଚାଲିଗଲେ ତା ପରିଜନ ପ୍ରାୟ ୧୦ ଲକ୍ଷ ଟଙ୍କା ପାଇ ଥାଆନ୍ତି । ସେହିଭଳି ଦୁର୍ଘଟଣାରେ ବ୍ୟକ୍ତି ସଂପୂର୍ଣ୍ଣ ବିକଳାଙ୍କ ହୋଇଗଲେ ତାକୁ କମ୍ପାନୀ ୧୦ ଲକ୍ଷ କଭର ଦିଏ ଓ ସ୍ଥାୟୀ ବିକଳାଙ୍ଗତା ପାଇଁ ବ୍ୟକ୍ତିକୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳେ । ଏହାବାଦ ଜଣେ ଦୁର୍ଘଟଣାରେ ଆହତ ହେଲେ ପ୍ରାୟ ୨ ଲକ୍ଷର ଚିକିତ୍ସା ଖର୍ଚ୍ଚ ବହନ କରେ କମ୍ପାନୀ । ପ୍ରତିବର୍ଷ ପ୍ରାୟ ୩୬ ଲକ୍ଷ ଲୋକ ଏହି ବୀମା ନେଉଥିବା ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.