fbpx

ଫୋନରେ କଥାହେଲା ବେଳେ କିଛି ଶୁଭୁନି କି? ସେଟିଙ୍ଗକୁ ଯାଇ ବଦଳାନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ: ଫୋନ ପୁରୁଣା ହେବାପରେ ତା’ର ସାଉଣ୍ଡ ଅର୍ଥାତ ଶବ୍ଦ କମ ହୋଇଯାଇଥାଏ । ଯେଉଁ କାରଣରୁ ଲୋକଙ୍କୁ ଫୋନରେ କଥାବର୍ତ୍ତା କରିବାରେ ଅସୁବିଧା ହୋଇଥାଏ । ଏପରି ବାରମ୍ବାର ହେବା ଦ୍ୱାରା ଅସୁବିଧା ହୋଇଥାଏ । ସ୍ୱର ଭଲଭାବେ ଶୁଣିବା ପାଇଁ ଇୟରଫୋନ ବା ବଡସ୍‌ର ବ୍ୟବହାର କରିଥାଆନ୍ତି ଲୋକେ । ଭଲ୍ୟୁମ ବଢାଇବା ପାଇଁ ଲୋକେ ପ୍ଲେ ଷ୍ଟୋରରେ ଥାର୍ଡ ପାର୍ଟୀ ଆପ ମଧ୍ୟ ବ୍ୟବହାର କରିଥାଆନ୍ତି । ଲୋକଙ୍କୁ ଲାଗିଥାଏ ଯେ, ଫୋନ କୀଛି ଖରାପ କାରଣ ପାଇଁ ଏପରି ହେଉଛି, ଫୋନକୁ ଠିକ କରିବା ପାଇଁ କିଛି ଲୋକେ ଖର୍ଚ୍ଚ ମଧ୍ୟ କରିଥାଆନ୍ତି । ଏଭଳି ସ୍ଥିତିରେ ଆପଣଙ୍କୁ କିଛି ସେଟିଙ୍ଗ ବଦଳାଇବାକୁ ପଡିବ । ତେବେ ଆସନ୍ତି ଜାଣିବା ଏହି ବିଷୟରେ..

ସର୍ବପ୍ରଥମେ ଫୋନର ସେଟିଙ୍ଗକୁ ଯାଇ Sounds and Vibration  ଅପସନକୁ ଓପନ କରନ୍ତୁ । ଏହାପରେ ସେକ୍ସନରେ ସର୍ବନିମ୍ନରେ ଥିବା Ear- Customized Sound effects ଅପସନକୁ କ୍ଲିକ କରି ଓପନ କରନ୍ତୁ । ପୁଣି ଅପଣଙ୍କୁ  Ear- Customized Sound effects ର ଟୋଗଲକୁ ଅନ କରିବାକୁ ପଡିବ । ଏହାପରେ ସେଠାରେ ଆପଣଙ୍କୁ ଅନେକ Age ଅନୁସାରେ ସେକ୍ସନ ସିଲେକ୍ଟ କରିବାକୁ ପଡିବ । ଯେପରିକି ଆପଣଙ୍କୁ ଯଦି ୩୦ ବର୍ଷରୁ କମ ତେବେ ଆପଣ Under 30 year Old ସେକ୍ସନ ସିଲେକ୍ଟ କରନ୍ତୁ । ଫୋନର ଏହି ସେଟିଙ୍ଗ କରିବା ପରେ ଭଲ୍ୟୁମ ଆପେ ଆପେ ବଢିଯିବ । ଏହି ସେଟିଙ୍ଗ କରିବା ପରେ ଆପଣଙ୍କୁ ନୂଆ ଫୋନ କିଣିବାର କୌଣସି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.