fbpx

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ଯୁବତୀ!; ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ଜଗତସିଂହପୁର: (ଓଡ଼ିଶା ଭାସ୍କର) ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ ! ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ । ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ । ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀଙ୍କ ସୂଚନା । ଆଜି ତାରତୋଲ ଗାଁ ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି । ତିର୍ତ୍ତୋଲ ଥାନା ତାର୍ତ୍ତୋଲ ମହାନଦୀ ପୋଲ ଉପରେ ଘଟିଛି ଏପରି ଘଟଣା ।

ପ୍ରତେକ୍ଷ୍ୟ ଦର୍ଶୀ ଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ ଜୈନିକ ବ୍ୟକ୍ତିଙ୍କ ସହ ଲିଫ୍ଟରେ ଏକ ବାଇକରେ ଆସି ତାର୍ତ୍ତୋଲ ପୋଲ ଉପରେ ଓଲ୍ହାଇ ଥିଲେ ଓ ସଂଗେ ସଂଗେ ମହାନଦୀକୁ ଡେଇଁ ପଡିଥିଲେ । ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ବୋଟର ଯାନ୍ତିକ ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ସର୍ଚ୍ଚ ଅପରେସନରେ ଦୀର୍ଘ ସମୟ ବିଳମ୍ବ କୁ ନେଇ ସ୍ଥାନୀୟ ବ୍ୟକ୍ତି ଙ୍କ ଭିତରେ ଚାପା ଉତେଜନା ମଧ୍ୟ ଦେଖା ଦେଇଛି । ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ଯୁବତୀଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ ।

Get real time updates directly on you device, subscribe now.