fbpx

ଅମ୍ବାନୀ ଘରକୁ କେତେ ଆସେ ବିଜୁଳି ବିଲ୍‌! ‘ଏଣ୍ଟିଲିଆ’ରେ କେମିତି ରହିଛି ସୁବିଧା, ମୁମ୍ବାଇର ୭ ହଜାର ମଧ୍ୟବିତ୍ତଙ୍କ ବିଜୁଳି ଖର୍ଚ୍ଚ ଅମ୍ବାନୀଙ୍କ ମାସକର……

ଓଡିଶା ଭାସ୍କର: ଏସିଆର ସବୁଠୁ ଧନୀ ବ୍ୟକ୍ତି ଓ ଭାରତର ସବୁଠୁ ବଡ ବ୍ୟାବସାୟୀ ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ ର ତୁଳନା କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସର୍ବଶ୍ରେଷ୍ଠ ଘର ମଧ୍ୟରେ ହୋଇଥାଏ । ଏଠାରେ ଅନେକ ସୁବିଧା ରହିଛି । ୨୭ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ୫୦ ସିଟ ବିଶିଷ୍ଟ ସିନେମା ଘର, ୯ ଟି ଲିଫ୍ଟ, ସ୍ୱିମିଂ ପୁଲ, ୩ ହେଲିପେଡ, ୧୬୦ ଟି ଗାଡି ପାର୍କିଂ ଭଳି ତମାମ ସୁବିଧା ସବୁ ଉପଲବ୍ଧ ରହିଛି । ‘ଏଣ୍ଟିଲିଆ’ର ତଦାରଖ କରିବା ପାଇଁ ପ୍ରାୟ ୬୦୦ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି ।

ଏହି ଅଟ୍ଟାଳିକାରେ ମାଲିକଠୁ ରୋଷେୟା, ପ୍ଲମ୍ବର ଓ ଇଲେକଟ୍ରିସିୟାନ ଭଳି ଅନେକ ଲୋକ ଅଛନ୍ତି । ଏଣ୍ଟିଲିଆରେ ବିଜୁଳି ଯୋଗାଉଥିବା କର୍ମଚାରୀଙ୍କ କହିବାନୁସାରେ, ଆଗାମୀ ଦିନରେ ଏଠାରେ ଅଧିକ ବିଜୁଳି ଖର୍ଚ୍ଚ ହୋଇପାରେ । ରିପୋର୍ଟ ଅନୁସାରେ, ଅମ୍ବାନୀଙ୍କ ଏହି ଘରେ ମାସିକ ଯେତେ ବିଜୁଳି ଖର୍ଚ୍ଚ ହୁଏ; ତାହା ମୁମ୍ବାଇର ୭ ହଜାର ମଧ୍ୟବିତ୍ତ ପରିବାରର ମୋଟ ବିଜୁଳି ଖର୍ଚ୍ଚ ସହ ସମାନ ।

ଅମ୍ବାନୀଙ୍କ ‘ଏଣ୍ଟିଲିଆ’ ରେ ମାସିକ ପ୍ରାୟ ୬,୩୭,୨୪୦ ୟୁନିଟ ବିଜୁଳି ଆସିଥାଏ । ସେଠାକାର ଗୋଟିଏ କୋଠରୀରର ହାରାହାରି ବିଜୁଳି ଖର୍ଚ୍ଚ ପ୍ରାୟ ୩୦୦ ୟୁନିଟ । ମାସିକ ପ୍ରାୟ ୭୦ ଲକ୍ଷ ବିଜୁଳି ଖର୍ଚ୍ଚ ବହନ କରନ୍ତି ଅମ୍ବାନୀ । ବିଜୁଳିରେ ଅମ୍ବାନୀ ପରିବାରଙ୍କୁ ଡିସକାଉଣ୍ଟ ମଧ୍ୟ ଦିଆଯାଏ । ଏଣ୍ଟିଲିଆର ନିର୍ମାଣ ୨୦୦୪ ମସିହାରୁ ଆରମ୍ଭ ହୋଇ ୨୦୧୦ ମସିହାରେ ଶେଷ ହୋଇଥିଲା । ଏହି ଜାଗା ପ୍ରାୟ ୪ ଲକ୍ଷ ସ୍କ୍ୱାୟର ଫୁଟ ମଧ୍ୟରେ ରହିଛି । ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଣ୍ଟିଲିଆରେ କାମ କରୁଥିବା କର୍ମଚାରୀଙ୍କୁ ମାସିକ ପ୍ରାୟ ୨ ଲକ୍ଷ ଟଙ୍କାର ବେତନ ଦିଆଯାଏ ।

Get real time updates directly on you device, subscribe now.