fbpx

ଚୂଡାନ୍ତ ପର୍ଯ୍ୟାୟରେ ଏସଓପି, ୧୪ ରେ ରତ୍ନଭଣ୍ଡାର କମିଟି ବୈଠକ, ଖୋଲିବ କେବେ!

ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ପୁଣି ୧୪ ରେ ବୈଠକ ବସିବ । ଏହାକୁ ନେଇ ଏସଓପି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଆଜି ନହେଲେ କାଲି ସୁଦ୍ଧା ଏସଓପି ମଧ୍ୟ ଆସିଯିବ । ରତ୍ନଭଣ୍ଡାରକୁ ନେଇ ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ସମସ୍ତଙ୍କ ସହଯୋଗରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣା ପଡିଛି । ତାହାସହ ଏହା ଭିତରକୁ ପଶିବା ପୂର୍ବରୁ ସଦସ୍ୟମାନେ ମଧ୍ୟ ସେବାୟତଙ୍କ ବେଶରେ ଯିବେ । ସ୍ନେକ ହେଲଫଲାଇନର ମଧ୍ୟ ସହଯୋଗ ନିଆଯିବ । ଏହବାଦ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା ମଧ୍ୟ ହେବ । ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ୧୪ ରେ ବସିବାକୁ ଥିବା ରତ୍ନଭଣ୍ଡାର କମିଟି ବୈଠକକୁ ନେଇ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରକୁ ନେଇ ପ୍ରସ୍ତୁତି ଏବେ ଜୋରସୋର ଚାଲିଛି ।

Get real time updates directly on you device, subscribe now.