fbpx

ମାସ ଶେଷ ସୁଦ୍ଧା କଟିବ Ration Card: ମନ୍ତ୍ରୀ ଦେଲେ ବଡ ସୂଚନା, ଜାଣନ୍ତୁ କେଉଁମାନେ ଅଛନ୍ତି ଲିଷ୍ଟରେ

ଓଡ଼ିଶା ଭାସ୍କର: ରାସନ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ମାସ ଶେଷ ସୁଦ୍ଧା ଅନେକ ରାସନ୍ କାର୍ଡଧାରୀଙ୍କ ନାମ ତାଲିକାରୁ ହଟାଇ ଦିଆଯିବ । ତେବେ କେବଳ ଓଡିଶାରେ ହିଁ ଅନେକ ଲୋକଙ୍କ ରାସନକାର୍ଡ ରଦ୍ଦ କରାଯିବ ବୋଲି ଜାଣିବାକୁ ମିଳିଛି । ରାଜ୍ୟରେ ବର୍ତ୍ତମାନ ମୋଟ ୨୫ ଲକ୍ଷ ଜାଲ ବା ନକଲଇ ରାସନ କାର୍ଡଧାରୀ ରହିଛନ୍ତି । ସେମାନଙ୍କ ଉପରେ କଡ଼ା ଆକ୍ସନ ନିଆଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କିଛି ଲୋକ ମରିଯାଇଥିବା ବେଳେ ସେମାନଙ୍କୁ ଏବେ ବି ଚାଉଳ ବଣ୍ଟା ଯାଉଛି । ହେଲେ ସେ ଅନିୟମିତତା ଆଉ ଦେଖିବାକୁ ମିଳିବନି । ମୋହନ ସରକାରରେ ଯୋଗ୍ୟ ହିତାଧିକାରା ମାନେ ହିଁ ଏହି ଲାଭ ଉଠାଇ ପାରିବେ ।

ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ ଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ । ଆହୁରି ମଧ୍ୟ ଏମିତି ଜାଲ ତଥା ନକଲି ରାସନକାର୍ଡଧାରୀ ବାହାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏଥିପାଇଁ ସେ ବିଭାଗୀୟ ତଦନ୍ତ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଗମୀ ଦିନରେ ଜାଲ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ ସ୍ଥାନରେ ଯିଏ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି । ମାସ ଶେଷସୁଦ୍ଧା ଏହି କାର୍ଯ୍ୟକୁ ତ୍ୱରାନ୍ୱିତ ଭାବରେ କରାଯିବାକୁ ମଧ୍ୟ ସେ ପ୍ରତିଶ୍ରୁତି ରଖିଛନ୍ତି ।

ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଜଣେ ଲୋକ ମରି ଯାଇଥିଲେ ମଧ୍ୟ ତାଙ୍କ ନାରେ ଚାଉଳ ଯାଉଥିଲା । କିନ୍ତୁ ଆଗାମୀ ଦିନରେ ସବୁ ନିଜ ଜିଲ୍ଲାରେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ମନ୍ତ୍ରୀ ନୂଆ କାର୍ଡ ବାଣ୍ଟିବେ ବୋଲି ସୂଚନା ଦିଆଯାଉଛି ।

Get real time updates directly on you device, subscribe now.