ଟ୍ରମ୍ପଙ୍କ ଭଳି ଭାଗ୍ୟଶାଳୀ ନ ଥିଲେ ରାଜୀବ ଗାନ୍ଧୀ, ନିର୍ବାଚନ ସଭାରେ ଉଡିଯାଇଥିଲା ପ୍ରାଣବାୟୁ

ଓଡିଶା ଭାସ୍କର: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋଲାନଲ୍ଡ ଟ୍ରମ୍ପଙ୍କ ଉପରେ ପେନସିଲଭାନିଆସ୍ଥିତ ନିର୍ବାଚନ  ର‌୍ୟାଲିରେ ଆକ୍ରମଣ ହୋଇଥିଲା । ଟ୍ରମ୍ପ ଜନସଭାକୁ ସମ୍ବୋଧିତ କରିବାକୁ ଯାଇଥିଲେ, ଠିକ ଏହି ସମୟରେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ମରୁ ମରୁ ବଞ୍ଚି ଯାଇଥିଲେ ଟ୍ରମ୍ପ । ଗୁଳି ତାଙ୍କର କାନରେ ବାଜି ଥିଲା । ସୁଟରର ନିଶାଣ ଠିକ ଜାଗାରେ ଲାଗି ପାରି ନଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ଏବେ ସେ ସୁସ୍ଥ ଅଛନ୍ତି ।

କିନ୍ତୁ, ପ୍ରତ୍ୟେକ ରାଜନେତା ଟ୍ରମ୍ପଙ୍କ ଭଳି ଭାଗ୍ୟଶାଳୀ ନୁହନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କୁ ୧୯୯୧ ମସିହାରେ ଏକ ଜନସଭାରେ ସମ୍ବୋଧିତ କରିବା ସମୟରେ ଆତ୍ମଘାତୀ ଆକ୍ରମଣ କରି ହତ୍ୟା କରାଯାଇଥିଲା । ସେହିଭଳି ୨ ବର୍ଷ ପୂର୍ବେ ୮ ଜୁଲାଇରେ ଜାପାନର ଶିଞ୍ଜୋ ଆବେଙ୍କୁ ମଧ୍ୟ ଏଭଳି ନାରା ସହରରେ ହତ୍ୟା କରାଯାଇଥିଲା । ସେ ମଧ୍ୟ ଏକ ନିର୍ବାଚନ ର‌୍ୟାଲିକୁ ସମ୍ବୋଧିତ କରୁଥିଲେ । ଭାଷଣ ଆରମ୍ଭର କିଛି ସମୟ ପରେ ହିଁ ତାଙ୍କ ପଛପଟୁ ଆକ୍ରମଣକାରୀ ଗୁଳି କରି ତାଙ୍କୁ ହତ୍ୟା କରିଥିଲା । ସେଠାରେ ଟଳି ପଡିଥିଲେ ଶିଞ୍ଜୋ ।

ରାଜୀବଗାନ୍ଧୀଙ୍କୁ ୨୧ ମଇ ୧୯୯୧ ମସିହାରେ ହତ୍ୟା କରାଯାଇଥିଲା । ତାମିଲନାଡୁର ଶ୍ରୀପେଦମ୍ବୁଦୂରରେ ସେ ପ୍ରଚାର ସଭାରେ ଉଦବୋଧନ ଦେଉଥିଲେ । ଏହା ପଛରେ ଏଲଟିଟିଇ(LTTE)ର ହାତ ଥିଲା । ରାଜୀବଙ୍କୁ ମାନବ ବୋମା ସହାୟତାରେ ହତ୍ୟା କରାଯାଇଥିଲା । ଏହି ହତ୍ୟା କାହିିଁକି , କିଏ ଓ କେମିତି କରିଥିଲା ତାହା ସହଜରେ ଜଣାପଡି ନଥିଲା । ୨ ଦିନରେ ଗଭୀର ଯାଞ୍ଚ ପରେ ଜଣେ ମହିଳା ହିଁ ଆତ୍ମଘାତୀ ସାଜି ରାଜୀବଙ୍କ ପାଇଁ କାଳ ସାଜିଥିଲେ । ଯାହାଙ୍କ ନାଁ ଥିଲା ଧନୁ । ସେ ରାଜୀବଙ୍କୁ ମାଳା ପିନ୍ଧାଇ ତାଙ୍କର ପାଦ ସ୍ପର୍ଶ କରିଥିଲେ । ପରେ ନିଜ ଶରୀରରେ ଲାଗିଥିବା ବମର ଟ୍ରିଗର ସେ ଅନ କରିବାରୁ ରାଜୀବଗାନ୍ଧୀ ସମେତ ହତ୍ୟାକାରିଣୀ ଓ ଅନ୍ୟ ୧୮ ଜଣଙ୍କର ବିସ୍ପୋରଣରେ ମୃତ୍ୟୁ ଘଟିଥିଲା । ଏଥିରେ ପ୍ରାୟ ୪୫ ଜଣ ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.