ଟ୍ରମ୍ପ ସୁଟର ଥୋମାସ କ୍ରୁକ୍ସଙ୍କୁ ସ୍କୁଲରେ ଦିଆଯାଉଥିଲା ମାନସିକ ନିର୍ଯ୍ୟାତନା, ପିନ୍ଧିବାକୁ ପସନ୍ଦ କରୁଥିଲେ ଶିକାର କରିବା କପଡା…

ଓଡିଶା ଭାସ୍କର: ଥୋମାସ ମୈଥ୍ୟୁ କ୍ରୁକ୍ସ! ଯିଏକି ପେନସିଲଭେନିଆରେ ଏକ ରାଜନୈତିକ ର‌୍ୟାଲି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାର ପ୍ରୟାସ କରି ବିଫଳ ହୋଇଥିଲେ । କ୍ରୁକ୍ସଙ୍କୁ ଶିକାର କରିବା କପଡା ଓ ଭିଡିଓ ଗେମ ଖେଳିବା ବେଶ୍ ପସନ୍ଦ ଥିଲା । ଯାହା କ୍ରୁକ୍ସର ସହପାଠୀମାନେ କହିଛନ୍ତି । ୨୦ ବର୍ଷୀୟ କ୍ରୁକ୍ସଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ଚାଳନା କରିବା ପରେ ଟ୍ରମ୍ପଙ୍କ ସିକ୍ରେଟ ସର୍ଭିସଙ୍କ ସ୍ନାଇପର୍ସରେ ମାରି ଦେଇଥିଲେ । ସନ୍ଦିଗ୍ଧଜଣକ ୨୦୨୨ ମସିହାରେ ବେଥେଲ ପାର୍କ ହାଇସ୍କୁଲରୁ ସ୍ନାତକ କରିଥିଲେ । ତାଙ୍କର ପୂର୍ବତନ ସହପାଠୀ ଜେସନ କୋହଲର କହିଛନ୍ତି ଯେ, ତାଙ୍କୁ ଲଗାତାର ଭାବରେ ଧମକି ଦିଆଯାଉଥିଲା । କ୍ରୁକ୍ସ ଶ୍ରେଣୀ ଗୃହରେ ପ୍ରାୟ ସମୟରେ ଶିକାର କରିବା ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିଲେ ବୋଲି ତାଙ୍କ ସହପାଠୀ ଜଣକ କହିଛନ୍ତି ।

କ୍ରୁକ୍ସ କଥିତରୂପରେ ୨୦୨୧ ମସିହାରେ ଜୋବାଇଡେନଙ୍କ ଉଦଘାଟନୀ ଦିବସରେ ମଧ୍ୟ ଉଦାରବାଦୀ ଏକ୍ଟବ୍ଲୁ ରାଜନୈତିକ କାର୍ଯ୍ୟ ସମିତିକୁ ଦାନ ମଧ୍ୟ ଦେଇଥିଲେ । ସେ ରିପବ୍ଲିକାନ ପାର୍ଟିର ମଧ୍ୟ ପଞ୍ଜିକୃତ ସଦସ୍ୟ ଥିଲେ । କ୍ରୁକ୍ସର ଜଣେ ସହପାଠୀ କହିଛନ୍ତି ଯେ ସେ ତାଙ୍କୁ ରିପବ୍ଲିକାନ ମାନନ୍ତି । ସେ ବାସ୍ତବରେ ସେମିତି ଅସାଧାରଣ ଭଳି ଲାଗୁ ନଥିଲା ବୋଲି ସେ ଜଣାଇଛନ୍ତି । କ୍ରୁକ୍ସଙ୍କ ଜଣେ ଶିକ୍ଷକ କହିଛନ୍ତି ଯେ ସେ କେବେ ନିଜର ରାଜନୈତିକ ବିଚାରଧାରା ଓ ଟ୍ରମ୍ପ ବିରୋଧୀ ବୋଲି ଖୁଲିକି ବାର୍ତ୍ତାଳାପ କରି ନ ଥିଲେ ।

ପ୍ରକାଶଥାଉ, ବଟଲର ର‌୍ୟାଲିରେ କ୍ରୁକ୍ସ ଗୋଟିଏ ଛାତ ଉପରୁ ଟ୍ରମ୍ପଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେ ଏକେ ଶୈଳୀର ବନ୍ଧୁକର ବ୍ୟବହାର କରିଥିବା ଜଣାପଡିଛି । ତାଙ୍କ କାରରେ ମଧ୍ୟ ବିସ୍ପୋଟକ ପଦାର୍ଥ ରହିଥିଲା । ଏହି ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.