fbpx

ବାପା ହେବାକୁ ଯାଉଛନ୍ତି କି ବିକ୍କି କୌଶଲ? ପତ୍ନୀ କ୍ୟାଟ୍ରିନାଙ୍କ ଗର୍ଭଧାରଣକୁ ନେଇ ରଖିଲେ ପ୍ରତିକ୍ରିୟା

ମୁମ୍ୱାଇ: ଅଭିନେତା ବିକ୍କି କୌଶଲ ଆଜିକାଲି ଫିଲ୍ମ ବ୍ୟାଡ୍ ନ୍ୟୁଜର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି। ନିକଟରେ ତାଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ପତ୍ନୀ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିଥିଲେ। ଏହି ବିବାହରେ କ୍ୟାଟ୍ରିନା କୈଫ ନାଲି ରଙ୍ଗର ଶାଢ଼ିରେ ନଜର ଆସିଥିଲେ। କ୍ୟାଟ୍ରିନାଙ୍କ ଉପସ୍ଥିତି ପୁଣି ଥରେ ତାଙ୍କ ଗର୍ଭଧାରଣକୁ ନେଇ ଗୁଜବ ଆରମ୍ଭ କରିଥିଲା।

ଏବେ ବ୍ୟାଡ୍ ନ୍ୟୁଜ୍ ର ପ୍ରମୋସନ ସମୟରେ ବିକ୍କି ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଯେତେବେଳେ ବିକ୍କିଙ୍କୁ ପଚରାଯାଇଥିଲା କ୍ୟାଟ୍ରିନାଙ୍କ ଜନ୍ମଦିନ ପାଇଁ ଯୋଜନା କ’ଣ? ତେଣୁ ଏହାର ଜବାବରେ ସେ କହିଥିଲେ, ଧନ୍ୟବାଦ! କ୍ୟାଟ୍ରିନାଙ୍କ ଜନ୍ମଦିନ ବହୁତ ଖାସ୍। ଯୋଜନା ହେଉଛି ଆମେ ଏକାଠି ସମୟ ବିତାଇବୁ। କାରଣ ପ୍ରମୋସନ ଦୀର୍ଘ ଦିନ ଧରି ଚାଲିଛି ଏବଂ କ୍ୟାଟ୍ରିନା ମଧ୍ୟ ଯାତ୍ରା କରୁଛନ୍ତି।

ଏବଂ ଯେତେବେଳେ ଆପଣ ଯେଉଁ ଖୁସି ଖବର ବିଷୟରେ କହିଥିଲେ ତାହା ଆସିବ, ଆମେ ଏହାକୁ ସମସ୍ତଙ୍କ ସହ ସେୟାର କରି ବହୁତ ଖୁସି ହେବୁ। ସେପର୍ଯ୍ୟନ୍ତ ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା କେବଳ କଳ୍ପନାଜଳ୍ପନା। ‘ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଫିଲ୍ମ ବ୍ୟାଡ୍ ନ୍ୟୁଜରେ ନଜର ଆସିବେ ବିକ୍କି କୌଶଲ। ଏହି ଫିଲ୍ମ ଜୁଲାଇ ୧୯ରେ ରିଲିଜ ହେବ। ଫିଲ୍ମର ଟ୍ରେଲରପ୍ରଶଂସକଙ୍କୁ ପସନ୍ଦ ଆସିଥିବା ବେଳେ ଗୀତଗୁଡ଼ିକୁ ମଧ୍ୟ ଭଲ ରେସପନ୍ସ ମିଳୁଛି। ଭିକିଙ୍କ ଗୀତ ‘ତୌବା ତୌବା’ରେ ତାଙ୍କ ଡ୍ୟାନ୍ସ ମୁଭ୍ ସ ଭାଇରାଲ ହୋଇଥିଲା।

Get real time updates directly on you device, subscribe now.