ଡ୍ରଗ୍ସ ମାମଲାରେ ରକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ହେଲେ ଗିରଫ, ଏପରି ଧରିଲା ପୋଲିସ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ପ୍ରୀତ ସିଂହ ଏବଂ ଅନ୍ୟ ୪ ଜଣଙ୍କୁ ଡ୍ରଗ୍ସ ମାମଲାରେ ସୋମବାର ଦିନ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅମନଙ୍କୁ ଅନ୍ୟ ଅପରାଧୀଙ୍କ ସହ ସେହି ସମୟରେ ଗିରଫ କରାଯାଇଛି ଯେଉଁ ସମୟରେ ତେଲେଙ୍ଗାନା ଆଣ୍ଟି-ନାରକୋଟିକ୍ସ ବିଭାଗକୁ ଜଣାପଡିଥିଲା ଯେ, ୨.୬ କିଲୋଗ୍ରାମ କୋକୀନ ବିକ୍ରୀ ପାଇଁ ହାଇଦ୍ରାବାଦ ଅଣାଯାଉଛି ।

ଅମନ ପ୍ରୀତ ସିଂହ, ଅନିକେତ ରେଡ୍ଡୀ, ପ୍ରସାଦ, ମଧୂସୁଦନ ଏବଂ ନିଖିଲ ଦମନଙ୍କ ବାବେ ପରିଚିତ କରାଯାଇଥିବା ସମସ୍ତ ପାଞ୍ଚ ଜଣ ଆଭିଯୁକ୍ତଙ୍କୁ ପୋଲିସ ହେପାଜତରେ ଅଛନ୍ତି, ଏବଂ ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ । ରାଜେନ୍ଦ୍ର ନଗର ଜୋନର ସାଇବରାବାଦ ପୋଲିସର ଡିସିପି ଶ୍ରୀନିବାସ କହିଛନ୍ତି ଯେ, ଡ୍ରଗ୍ସର କଷ୍ଟମର ଭାବେ ଆମେ ପାଞ୍ଚଜଣଙ୍କୁ ଗିରଫ କରି ପୋଲିସ ଷ୍ଟେସନ ନେଇଆସିଛୁ । ପରିସ୍ରା ଟେଷ୍ଟ ପରେ, ସମସ୍ତେ ପଜିଟିଭ ଆସିଛନ୍ତି । ସମସ୍ତଙ୍କୁ ହେପାଜତରେ ନିଆଯାଇଛି । ବର୍ତ୍ତମାନ ଆମେ ତାଙ୍କୁ ଅତ୍ୟଧିକ ମେଡିକାଲ ଟେଷ୍ଟ ପାଇଁ ପଠାଉଛୁ ।

Get real time updates directly on you device, subscribe now.