fbpx

ଧମକ ପରେ ପାକିସ୍ତାନ ରଖିଲା ଡିମାଣ୍ଡ: Champions Trophy ପାଇଁ BCCIକୁ ଦେଲା ଏହି ଆଦେଶ…

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଏବେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଛି ବିସିସିଆଇ । ଏହାପରେ ପାକିସ୍ତାନ ଭାରତକୁ ଧମକ ଦେଇଥିବା ବେଳେ ଏବେ ଏକ ନୂଆ ଦାବି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ୨୦୨୭ରେ ଟି-୨୦ ବିଶ୍ୱକପ ଭାରତରେ ହେବାକୁ ଥିବା ବେଳେ ଏଥିରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ଧମକ ଦେଇଛି ପାକ୍ କ୍ରିକେଟ । କିନ୍ତୁ ଏବେ ୧୯ ଜୁଲାଇରେ ହେବାକୁ ଥିବା ବୈଠକ ପୂର୍ବରୁ ଏକ ନୂଆ ପ୍ଲାନ କରୁଥିବା ଅନୁମାନ କରାଯାଉଛି ।

ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ପାକିସ୍ତାନ ସିଡ୍ୟୁଲ ପ୍ରସ୍ତୁତ କରିସାରିଛି । କିନ୍ତୁ ଭାରତ ଏବେ ପାକିସ୍ତାନ ଗସ୍ତରେ ଯିବନାହିଁ ବୋଲି ସୂଚନା ଦେଉଛି । ସୁରକ୍ଷା ବ୍ୟବସ୍ଥାକୁ କାରଣ ଦର୍ଶାଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବା ପାଇଁ ମନା କରୁଛି ବିସିସିଆଇ । ଏସିଆ କପ୍-୨୦୨୩ରେ ମଧ୍ୟ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ପୁଣିଥରେ ଯିବାକୁ ମନା କରିବା ପରେ ଅସନ୍ତୋଷ ଜାହିର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହି ଇଭେଣ୍ଟ ପାଇଁ ପାକିସ୍ତାନ ଗସ୍ତ ନ କରିବାକୁ ନେଇ ଲିଖିତ ପତ୍ର ଦାବି କରିଛି ପିସିବି । ତେବେ ଏ ନେଇ ଜୁଲାଇ ୧୯ ତାରିଖରେ ଆଇସିସି ତରଫରୁ ଏକ ପ୍ରେସ କନଫରେନ୍ସ ଆୟୋଜିତ ହେବ ।

ସୂଚନା ଅନୁସାରେ, ଯଦି ଭାରତ ସରକାର ପାକିସ୍ତାନ ଗସ୍ତ ପାଇଁ ଟିମ ଇଣ୍ଡିଆକୁ ଅନୁମତି ନ ଦିଏ, ତେବେ ଏହାର ଲିକିତ ଆକାରରେ ଏହାର କାରଣ ଦେବାକୁ ହେବ । ବିସିସିଆଇ ଯତାଶୀଘ୍ର ଏହି ପତ୍ର ଆଇସିସିକୁ ଦେଉ ବୋଲି ଦାବି କରିଛି ପିସିବି । ବିସିସିଆଇ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବା ନେଇ ଆଇସିସିକୁ ୫-୬ ମାସ ପୂର୍ବରୁ ସୂଚନା ଦେବାକୁ ବାରମ୍ବାର କୁହାଯାଇଥିବା ପିସିବି କହିଛି । ଏସିଆ କପ୍-୨୦୨୩ ସମୟରେ ବିସିସିଆଇ ପାକିସ୍ତାନ ଗସ୍ତ କରିବାକୁ ମନା କରିବାରୁ ବୋର୍ଡ ଏଥିପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଥିଲା । ଏବେ ଚମ୍ପିଆନ୍ସ ଟ୍ରଫି ପାଇଁ ମଧ୍ୟ ବିସିସିଆଇ ହାଇବ୍ରିଡ ମଡେଲ ପାଇଁ ସଂକେତ ଦେଇଛି ।

Get real time updates directly on you device, subscribe now.