fbpx

ଡୋଡା ଆତଙ୍କବାଦୀ ଆକ୍ରମଣକୁ ନେଇ ବର୍ଷିଲେ ଅସଦୁଦ୍ଦିନ ଓୱାଇସି, DGPଙ୍କୁ କହିଲେ ଏହି କଥା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାଞ୍ଚଜଣ ଜବାନ ସହୀଦ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇଏମଆଇଏମର ମୁଖ୍ୟ ଏବଂ ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସି । ଓୱାଇସି କହିଛନ୍ତି ଯେ, ଡୋଡା ନିୟନ୍ତ୍ରଣ ରେଖା ଅର୍ଥାତ ଏଲଓସି ଠାରୁ ଦୂର ଅଟନ୍ତି, ତେବେ କିପରି ଆତଙ୍କବାଦୀ ଡୋଡାରେ ପଶିପାରିଲେ? ଏଆଇଏମଆଇଏମର ମୁଖ୍ୟ ଏହାକୁ ଏହ ସଂଗୀନ ମାମଲା କହିଛନ୍ତି ।

ଓୱାଇସି ସରକାର ଏବଂ ଯାଞ୍ଚ ଏଜେନ୍ସିଙ୍କ ଉପରେ ଆକ୍ରମଣ କରି ଆଗକୁ କହିଛନ୍ତି ଯେ, ୨୦୨୧ ପରେ ଜାମ୍ମୁକୁ ଟାର୍ଗେଟ କରାଯାଉଛି । ଆପଣଙ୍କ ନେଟୱର୍କ କଣ କରୁଛି । ଆପଣଙ୍କ ଇନଫର୍ମର କଣ କରୁଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଆର୍ଟିକିଲ ୩୭୦ ଶେଷ ହେବା ପରେ ସବୁକିଛି ଶେଷ ହୋଇଯାଇଛି । ଏଭଳି କିଛି ହେଉନାହିଁ । ଏହା ସରକାରଙ୍କ ବିଫଳତା ।

ଡୋଡା ଆତଙ୍କବାଦୀ ଆକ୍ରମଣରେ ସରକାର ଏବଂ ଯାଞ୍ଚ ଏଜେନ୍ସିଙ୍କ ଅସଫଳତା କହି ଅସଦୁଦ୍ଦିନ ଓୱାଇସି କାଶ୍କୀର ଡିଜିପି ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଡିଜିପିଙ୍କୁ ସରକାରଙ୍କ ପ୍ରବକ୍ତା ଭଳି କଥା କହିବା ଆବଶ୍ୟକ ନୁହେଁ, ଯଦି ତାଙ୍କୁ ଏତିକି ଇଚ୍ଛା ତେବେ ସେ ବିଜେପିରେ ସାମିଲ ହୋଇଯାଆନ୍ତୁ ।

 

Get real time updates directly on you device, subscribe now.