fbpx

‘ହରିୟାଣାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡାଇ ମୁସଲିମଙ୍କୁ ଦେବାକୁ ଦେବି ନାହିଁ’: ଗୃହ ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ହରିୟାଣାର ମହେନ୍ଦ୍ରଗଡରେ ପଛୁଆ ବର୍ଗ ସମ୍ମିଳନୀକୁ ସମ୍ବୋନ୍ଧିତ କରିବା ବେଳେ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ, କଂଗ୍ରେସ କର୍ଣ୍ଣାଟକରେ ପଛୁଆ ବର୍ଗରୁ ସଂରକ୍ଷଣକୁ ଛଡାଇ ନେଇ ମୁସଲମାନମାନଙ୍କୁ ଦେଇଛି । ଯଦି କଂଗ୍ରେସ ହରିୟାଣାରେ ଆସୁଛି ତେବେ ଏଠାରେ ମଧ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡାଇ ମୁସଲମାନଙ୍କୁ ଦେଇଦେବ । ମୁଁ ଆପଣ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ, ଆମେ ହରିୟାଣାରେ କୌଣସି ମଧ୍ୟ ଅବସ୍ଥାରେ ମୁସଲିମ ସଂରକ୍ଷଣ ଲାଗୁ କରିବାକୁ ଦେବୁନାହିଁ ।

ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ପଛୁଆ ବର୍ଗର ବିରୋଧି କହି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ୧୯୫୭ ମସିହାରେ ଓବିସି ସଂରକ୍ଷଣ ପାଇଁ କାକା ସାହେବ କାଲେଲକର କମିଶନ କରିଥିଲେ, ହେଲେ କଂଗ୍ରେସ ବର୍ଷ ବର୍ଷ ଧରି ଏହାକୁ ଲାଗୁ କରିନଥିଲା । ୧୯୮୦ ମସିହାରେ ପୂର୍ବତନ ଇନ୍ଦିରା ଗାନ୍ଧୀ ମଣ୍ଡଳ କମିଶନକୁ ଅଟକ ରଖିଥିଲେ । ୧୯୯୦ରେ ଯେବେ ଏହାକୁ ଅଣାଗଲା, ସେତେବେଳେ ରାଜୀବ ଗାନ୍ଧୀ ୨ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ଭାଷଣ କରି ଓବିସି ସଂରକ୍ଷଣର ବିରୋଧ କରିଛନ୍ତି ।

Get real time updates directly on you device, subscribe now.