fbpx

(Video) ୩ ମାସର ମାଗଣା ରିଚାର୍ଜ ଦେବ Jio! ଅନନ୍ତଙ୍କ ବିବାହ ପାଇଁ ଗ୍ରାହକଙ୍କ ଉପହାର… ଜାଣନ୍ତୁ ସତ୍ୟତା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ପୁଣିଥରେ ଆରମ୍ଭ କରିବ ମାଗଣା ରିଚାର୍ଜ ପ୍ଲାନ । ୟୁଜରମାନଙ୍କୁ ମାଗଣାରେ ୩ ମାସ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ଲାନ କରୁଛି ଜିଓ । ଅନଲିମିଟେଡ କଲ୍ ସାଙ୍ଗକୁ ଡାଟା ବ୍ୟବହାର କରିପାରିବେ ଜିଓ ୟୁଜର । ବର୍ତ୍ତମାନ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜର ଖୁବ ଚିନ୍ତାରେ ପଡ଼ି ଯାଇଛନ୍ତି । ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ଏହର ବିକଳ୍ପ ଖୋଜୁଛନ୍ତି ଅଧିକାଂଶ ଗ୍ରାହକ । କିନ୍ତୁ ଏହାଭିତରେ ରିଲାଏନ୍ସ ଜିଓ ପୁଣିଥରେ ମାଗଣା ରିଚାର୍ଜ ଆରମ୍ଭ କରିବ ବୋଲି ଶୁଣିବାକୁ ମିଳୁଛି । ଇନଷ୍ଟା ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପରେ ବର୍ତମାନ ଏକ ମେସେଜ ଭାଇରାଲ ହେଉଛି । ଏଥିରେ ଦାବି କରାଯାଉଛି ଯେ, ରିଲାଏନ୍ସ ଜିଓ ଅନନ୍ତ ଅମ୍ବାନୀଙ୍କ ବିବାହ ଅବସରରେ ଗ୍ରାହକଙ୍କୁ ୩ ମାସର ମାଗଣା ରିଚାର୍ଜ ଦେଉଛନ୍ତି ।

ତେବେ ଏହି ଖବରଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ, ଟେଲକିମ କମ୍ପାନୀ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଆଉ କହିଛନ୍ତି ଗ୍ରାହକଙ୍କୁ କୌଣସି ପ୍ରକାରର ମାଗଣା ରିଚାର୍ଜ ମିଳୁନାହିଁ । ଲୋକଙ୍କୁ ଏମିତି ମେସେଜକୁ ବିଶ୍ୱାସ ନକରିବା ଉଚିତ । କାରଣ ଯଦି କିଏ ଏହାକୁ ବିଶ୍ୱାସ କରି ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତି, ତାହେଲେ ଏହାଦ୍ୱାରା ଆପଣ ବଡ ସ୍କାମରେ ଫସିପାରନ୍ତି । ଫେକ ମେସେଜରେ ଲେଖାଅଛି କି, ଜୁଲାଇ ୧୨ରେ ଅନନ୍ତ ଅମ୍ବାନୀଙ୍କ ବିବାହ ଅବସରରେ ମୁକେଶ ଅମ୍ବାନୀ ଭାରତରେ ସମସ୍ତ ଜିଓ ୟୁଜରଙ୍କୁ ୭୯୯ ଟଙ୍କିଆ ୩ ମାସର ମାଗଣା ରିଚାର୍ଜ ଦେଉଛନ୍ତି । ଏଥିପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ନିଜ ମୋବାଇଲ ନମ୍ବରରେ ରିଚାର୍ଜ କରନ୍ତୁ । ଏମିତି ମେସେଜ ଆସୁଛି । ତେବେ ଏଥିରେ ମହାକ୍ୟାସବ୍ୟାକ ନାମକ ଏକ ଅଜଣା ସାଇଟ ଲିଙ୍କ ବି ରହିଛି ।

ଏ କ୍ଷେତ୍ରରେ ୟୁଜରଙ୍କୁ ପରାମର୍ଶ ଦିଆଯାଉଛି କି, ନିଜ ନମ୍ବରକୁ କେବଳ ଅଫିସିଆଲ େଓବସାଇଟ ସୋର୍ସ ଯେମିତିକି ମାଇଜିଓ ଆପ୍ କିମ୍ବା ଗୁଗୁଲ ପେ ଭଳି ଅନଲାଇନ ପେମେଣ୍ଟ ଆପ ମାଧ୍ୟମରେ ରିଚାର୍ଜ କରନ୍ତୁ । ଏହାବ୍ୟତୀତ ଯଦି ରିଲାଏନ୍ସ ଜିଓ ବାସ୍ତବରେ ୩ ମାସର ମାଗଣା ରିଚାର୍ଜ ପ୍ଲାନ ଦେଉଥାନ୍ତା, ତେବେ ଏହାକୁ ନେଇ ଅଫିସିଆଲ ଭାବେ ଘୋଷଣା ହୋଇଥାନ୍ତା । କିନ୍ତୁ ଏବେସୁଦ୍ଧା ଜିଓ କିଛି ଏମିତି ଘୋଷଣା କରିନି । ଏହିଭଳି ଆପଣ ଲେନଦେନ ପାଇଁ କେବଳ ଅଫିସିଆଲ ସାଇଟ ବ୍ୟବହାର କରି ନିଜକୁ ଏମିତି ଘୋଟାଲାରୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.