fbpx

ତିହାର ଜେଲରେ ଥିବା କେ କବିତା ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ସ୍ୱାସ୍ଥ୍ୟ ମଙ୍ଗଳବାର ଦିନ ଅଚାନକ ବିଗିଡି ଯାଇଛି । ଏହାପରେ ସଂଗେ ସଂଗେ ଆକ୍ସନ ମୋଡରେ ଆସି ତିହାର ପ୍ରଶାସନ କେ କବିତାଙ୍କୁ ଦିଲ୍ଲୀର ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ବିଆରଏସ ନେତା କେ କବିତା ଚଳିତ ବର୍ଷ ୧୫ ମାର୍ଚ୍ଚରେ ଗିରଫ ହୋଇଥିଲେ । ଏହାର ଛଅ ଦିନ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନିଲଣ୍ଡରିଂ ମାଲାରେ ଗିରଫ କରିଥିଲା । ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କାହିଁକି ତାଙ୍କୁ ହସ୍ପିଟାଲ ନିଆଯାଇଛି । କେ କବିତାଙ୍କୁ ପ୍ରଥମେ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଏହାର ଗୋଟିଏ ମାସ ପରେ ସିବିଆଇ ତାଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ସେ ତିହାର ଜେଲରେ ଥିଲେ ।

Get real time updates directly on you device, subscribe now.