fbpx

ମଶାମାନେ ବିୟର ପିଉଥିବା ଲୋକଙ୍କୁ ଅଧିକ କମୁଡନ୍ତି କି? ଷ୍ଟଡିରେ ହେଲା ଖୁଲାସା

ନୂଆଦିଲ୍ଲୀ; ଦେଶରେ ମୌସୁମୀ ଆସିବା ଦ୍ୱାରା ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବର୍ଷା ଏବଂ ପାଣି ଜମିବାରୁ ମଶାମାନେ ଅଧିକ କାମୁଡୁଛନ୍ତି । ବିୟର ପିଉଥିବା ଲୋକଙ୍କୁ ମଶା ଅଧିକ କାହିଁକି କାମୁଡେ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ କହିବୁ ।

ବର୍ଷା ଋତୁରେ ମଶାର ପ୍ରକୋପ ବଢିଯାଇଛି । ଏଥିସହ ମଶାଙ୍କ କାରଣରୁ ଡେଙ୍ଗୁ, ମ୍ୟାଲେରିୟା ଏବଂ ଚିକେନଗୁନିଆ ଭଳି ଭୟଙ୍କର ରୋଗର ବିପଦ ବଢିଯାଏ । ଏହି ସମୟରେ ଲୋକେ ମଶାଙ୍କଠାରୁ ବଞ୍ଚବା ପାଇଁ ଅନେକ ପ୍ରକାର ଉପାୟ କରନ୍ତି । ହେଲେ ସାଧାରଣ ଲୋକଙ୍କ ଅପେକ୍ଷା ବିୟର ପିଉଥିବା ଲୋକଙ୍କୁ ମଶା ଅଧିକ କାମୁଡନ୍ତି । ଏକ ଅନୁସନ୍ଧାନରୁ ଖୁଲାସା ହୋଇଛି ଯେ, କିଛି ଲୋକଙ୍କୁ ମଶା ଅଧିକ କାମୁଡେ ଏବଂ ଏହା ପଛରେ ଚର୍ମର ରଙ୍ଗ, ଚର୍ମରେ ଥିବା ବ୍ୟାକ୍ଟେରିଆ ସମେତ ଅନେକ କାରଣ ହୋଇଥାଏ ।

ମଶାଙ୍କର ୩୫୦୦ରୁ ଅଧିକ ପ୍ରଜାତିମାନ ରହିଥାଏ, ଯେଉଁଥିରେ କେବଳ କିଛି ମାନ୍ଦା ପ୍ରଜାତିମାନଙ୍କ ମଶା ହିଁ ମଣିଷଙ୍କୁ କାମୁଡିଥାଆନ୍ତି । କାରଣ ମାନ୍ଦା ମଶାଙ୍କୁ ନିଜ ଅଣ୍ଡା ପାଇଁ ପ୍ରୋଟିନ ଆବଶ୍ୟକତା ପଡିଥାଏ ଏବଂ ମଣିଷଙ୍କ ରକ୍ତରୁ ମଶାଙ୍କୁ ପ୍ରୋଟିନ ମିଳିଥାଏ । ଏହି କାରଣ ପାଇଁ ମଶା ସ୍କିନ ଉପରେ ଡଙ୍କ ଦ୍ୱାରା ଲୋକଙ୍କୁ କାମୁଡିଥାଏ ।

କିଛି ପରିସ୍ଥିତିରେ ମଶା କିଛି ଖାସ ଲୋକଙ୍କୁ ମଧ୍ୟ କାମୁଡିଥାଏ । ଆମେରିକାର ନ୍ୟୁମେକ୍ସିକୋ ଷ୍ଟେଟ ୟିନିଭର୍ସିଟୀରେ ପବ୍ଲିକ ହେଲଥର ପ୍ରଫେସର ଡା. ଜଗଦିଶ ଖୁବଚନ୍ଦାନୀ ମେଡିକାଲ ନ୍ୟୁଜ ଷ୍ଟଡିକୁ କହିଥିଲେ ଯେ, ମଶାଙ୍କୁ ମଣିଷଙ୍କ ପ୍ରତି ଆକର୍ଷିତ ହେବାର କାରଣ ଉପରେ ଚର୍ଚ୍ଚା କରାଯାଇଛି । ଏଥିରେ ଜଣାପଡିଛି ଯେ, ଶରୀରର ଗନ୍ଧ, ସ୍କିନର କଲର, ସ୍କିନର ତାପମାତ୍ରା ଏବଂ ତ୍ୱଚା ଉପରେ ରହୁଥିବା ରେଗାଣୁଓ, ପ୍ରେଗ୍ନାସି, ମଣୀଷଙ୍କ ଦ୍ୱାରା ଛଡାଯାଇଥିବା କାର୍ବନ ଡାଇଅକ୍ସାଇଡ, ମଦ ଏବଂ ଡାଏଟ କାରଣରୁ ମଶା କିଛି ଲୋକଙ୍କୁ ଅଧିକ କାମୁଡିଥାଏ । ରିସର୍ଚ ମୁତାବକ ଗର୍ଭବତୀ ମହିଳାମାନେ, ହାଇଟେମ୍ପ୍ରେଚର ଏବଂ ଅଧିକ ଝାଳ ବାହୁରିଥିବା ଲୋକ ଏବଂ ଡାର୍କ ସ୍କିନର ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି ।

Get real time updates directly on you device, subscribe now.