fbpx

(Video) ସପିଙ୍ଗ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଚୀନରେ ବୁଧବାର ଦିନ ବଡ ଦୁର୍ଘଟଣା ଘଟିଛି । ଚୀନର ଦକ୍ଷିଣପଶ୍ଚିମ ସହର ଜିଙ୍ଗୋଗର ଏକ ସପିଙ୍ଗ ମଲରେ ଭୀଷଣ ନିଆଁ ଲାଗିଯାଇଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଚୀନର ସରକାରୀ ମିଡିଆ ମୁତାବକ ସିଚୁଆନ ସୀମାର ଜିଙ୍ଗାଗ ସହରରେ ୧୪ ମହଲା ବିଲ୍ଡିଂରେ ନିଆଁ ଲାଗିଯାଇଛି । ଏହି କାରଣରୁ ବିଲ୍ଡିଂ ଭିତରେ ଅନେକ ଲୋକେ ଫସିଯାଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ବିଲ୍ଡିଂରୁ କଳା ଧୂଆଁ ବାହାରୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

ସରକାରୀ ମିଡିଆ ସିସିଟିଭି ମୁତାବକ, ଅଗ୍ନି ଲାଗିବାର ସୂଚନା ମିଳିବା ପରେ ୩୦୦ ଜରୁରୀକାଳୀନ କର୍ମୀ ଏବଂ ଅନେକ ଦମକଳର ଗାଡିକୁ ଘଟଣାସ୍ଥଳକୁ ପଠାଯାଇଛି । ରେସ୍କ୍ୟୁ ଅପରେସନରେ ପାଖାପାଖି ୩୦ ଲୋକଙ୍କୁ ବିଲ୍ଡିଂର ନିଆଁରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚରୁ ଜଣାପଡିଛି ଯେ, ନିଆଁ ଲାଗିବାର କାରଣ ହେଉଛି କନଷ୍ଟ୍ରକ୍ସନ କାମ, ଯେଉଁ କାରଣରୁ ବାରୁଦ ଜଳିବାରୁ ନିଆଁ ଲାଗିଯାଇଥିଲା ।

Get real time updates directly on you device, subscribe now.