fbpx

ଇଏ କି ଅନ୍ଧବିଶ୍ୱାସ? ମୁଣ୍ଡରୁ ବାହାରିଲା ୭୩ଟି Injection ଛୁଞ୍ଚି: ଫୋଡ଼ିଥିଲା ତାନ୍ତ୍ରିକ

ବଲାଙ୍ଗୀର: ବିଜ୍ଞାନ ଆଜି ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁୁ ମିଳିଛି ଅନ୍ଧବିଶ୍ୱାସର ଭୟାନକ ଦୃଶ୍ୟ । ଜଣେ ଯୁବତୀଙ୍କୁ ସୁସ୍ଥ କରିବାକୁ କହି ତାଙ୍କ ମୁଣ୍ଡରେ ୭୩ଟି ଇଞ୍ଜେକସନ୍ ଛୁଞ୍ଚି ଫୋଡ଼ିଥିଲା ତାନ୍ତ୍ରିକ । ତେବେ ଆଜି ଅପରେସନ ପରେ ଯୁବତୀଙ୍କ ମୁଣ୍ଡରୁ ଏ ସମସ୍ତ ଛୁଞ୍ଚି ବାହାର କରିବାରେ ସଫଳ ହୋଇଛି ୧୦ ଜଣିଆ ଡାକ୍ତରୀ ଟିମ୍ । ବୁର୍ଲା ଭୀମସାରରେ ସଫଳ ଅପରେସନ୍ ପରେ ଛୁଞ୍ଚିଗୁଡ଼ିକୁ ବାହାର କରାଯାଇଛି । ତେବେ ଯୁବତୀ ଜଣକ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।

ବୁର୍ଲା ଭୀମସାରରେ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ୍ ଯୁବତୀଙ୍କ ଅପରେସନ୍ କରାଇଛନ୍ତି । ଏହି ଅପରେସନ୍ ପରେ ଯୁବତୀଙ୍କ ମୁଣ୍ଡରୁ ୭୩ଟି ଇଞ୍ଜେକସନ୍ ଛୁଞ୍ଚି ବାହାର କରିଥିବା ଜାଣିବାକୁ ମିଳିଛି । ଯୁବତୀଙ୍କୁ ମେଡିକାଲ ଅଣାଯିବା ପରେ ତାଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମେଡିକାଲର ସର୍ଜରୀ, ଆନେସ୍ଥେସିଆ ଏବଂ ମେଡିସିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ୍ ଯୁବତୀଙ୍କ ଅପରେସନ୍ କରି ତାଙ୍କ ମଣ୍ଡରୁ ୭୩ଟି ଛୁଞ୍ଚି ବାହାର କରିଛନ୍ତି । ତେବେ ଅପରେସନ୍ ପରେ ଯୁବତୀ ଜଣକ ସୁସ୍ଥ ଥିବା ଡାକ୍ତରଖାନା ତରଫରୁ ସୂଚନା ମିଳିଛି । ତେବେ ଛୁଞ୍ଚି ପାଇଁ ମାଇନର୍ ଇନଫେକ୍ସନ ହୋଇଛି । ତେବେ ୭-୧୦ ଦିନ ମଧ୍ୟରେ ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ସିନେ୍ଧକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅସ୍ୱାଭାବିକ ଆଚରଣ କରୁଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ ହେଁ, ପରେ ଏହାକୁ ଭୂତ-ପ୍ରେତ ସନ୍ଦେହରେ ଗୁଣିଆ ପାଖକୁ ନେଇଥିଲେ । ତେବେ ତାନ୍ତ୍ରିକ ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଗୋଟିଏ ପରେ ଗୋଟିଏ ଛୁଞ୍ଚି ଫୋଡ଼ିଥିଲା । ଏ ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଅଜଣା ରହିଥିଲେ । ତେବେ ମୁଣ୍ଡରେ ଅଧିକ ଛୁଞ୍ଚି ରହିବାରୁ ଯୁବତୀ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରିବା ସହ ଅପରେସନ୍ କରାଯାଇଛି । ତେବେ ବର୍ତ୍ତମାଦ ସେ ସୁସ୍ଥ ଥିବା ବେଳେ ଆଗାମୀ ୭-୧୦ ଦିନ ମଧ୍ୟରେ ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.