fbpx

UPSC ଅଧ୍ୟକ୍ଷ ମନୋଜ ସୋନୀଙ୍କ ଇସ୍ତଫା: କାର୍ଯ୍ୟକାଳ ସରିବା ପୂର୍ବରୁ ପଦ ଛାଡ଼ିଲେ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନୀ । ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ଶ୍ରୀ ସୋନୀ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ୨୦୨୯ ମସିହାରେ ଶ୍ରୀ ସୋନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ମାତ୍ର ତା’ ପୂର୍ବରୁ ସେ ପଦରୁ ରିଜାଇନ୍ କରିଛନ୍ତି । ତେବେ ଶ୍ରୀ ସୋନୀ କ’ଣ ପାଇଁ ପଦ ଛାଡ଼ିଲେ ତା’ର କାରଣ ଏବେ ଅସ୍ପଷ୍ଟ ରହିଛି ।

ଗତ ବର୍ଷ ମେ ୧୬ ତାରିଖରେ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୧୭ରେ ସେ ୟୁପିଏସସିର ସଦସ୍ୟ ଭାବେ ଯୋଗ ଦେଇଥିଲେ । ୨୦୨୯ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ତେବେ ଗୁଜରାଟ ସ୍ଥିତ ସ୍ୱାମୀନାରାୟଣ ସମ୍ପ୍ରଦାୟର ଏକ ଶାଖା ଅନୁପମ ମିଶନକୁ ଶ୍ରୀ ସୋନୀ ଅଧିକ ସମୟ ଦେବାକୁ ଚାହୁଁଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେଣୁ ସେନେଇ ସେ ପଦ ଛାଡ଼ିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେଣୁ ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ୨୦୨୦ରେ ଦୀକ୍ଷା ସମାପ୍ତ କରିବା ପରେ ସେ ମିଶନରେ ଜଣେ ସାଧୁ ବା ନିଷ୍କାମ କର୍ମଯୋଗୀ ହୋଇପାରିଥିଲେ । ସେ ୩ ଥର ଉପକୁଳପତି ରହିଥିବା ବେଳେ ସର୍ବାଧିକ ବୟସରେ କୁଳପତି ରହିବାର ରେକର୍ଡ ତାଙ୍କ ନାମରେ ରହିଛି । ୨୦୦୫ରେ ସେ ଦେଶର ସର୍ବକନିଷ୍ଠ ୟୁନିଭରସିଟି ଭାଇସ୍ ଚାନ୍ସେଲର ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ନିକଟତମ ଭାବେ ଶ୍ରୀ ସୋନୀ ଜଣାଶୁଣା ଅଟନ୍ତି ।

Get real time updates directly on you device, subscribe now.