fbpx

ଡେଟିଂ କରୁଛନ୍ତି ସୁସ୍ମିତା! ଗୁଜବ ଉପରେ ଏମିତି କହିଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ମୋ ଜୀବନରେ ….

ଓଡିଶା ଭାସ୍କର: ବିଶ୍ୱରେ ବ୍ରହ୍ମାଣ୍ଡ ସୁନ୍ଦରୀ ସେ । ୧୯୯୪ ମସିହାରେ ମିସ ୟୁନିଭର୍ସ ଜିତି ସାରା ବିଶ୍ୱରେ ସେ ଚମକି ଥିଲେ । ସୁନ୍ଦରତାର ଗନ୍ତାଘର ଅଟନ୍ତି ଏହି ଅଭିନେତ୍ରୀ । ନିଜର ସୌନ୍ଦର୍ଯ୍ୟରେ କେତେ ଯେ ପୁରୁଷଙ୍କୁ ଆକୃଷ୍ଟ କରନ୍ତି । ଫୁଲର ପରାଗ ରେଣୁ ଭଳି ତାଙ୍କ ଜୀବନର ମଧୁ ସଂଗ୍ରହ ପାଇଁ କେତେ ଯେ ପୁରୁଷ ଆପ୍ୟାୟିତ ହେଉଥିବେ । ବଲିଉଡର ଏଭଳି ଜଣେ ଅଭିନେତ୍ରୀ ଅଟନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ । ମାତ୍ର ନିକଟରେ ସେ ତାଙ୍କ ଜୀବନରେ କୌଣସି ପୁରୁଷ ନାହାନ୍ତି ବୋଲ ରୋକଠୋକ କହି ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତାଙ୍କର ଅଗଣିତ ପ୍ରଶଂସକ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି ।

ସୁସ୍ମିତା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଗୁଜବ ଦେଇ ଗତି କରିଛନ୍ତି । କିଏ କହିଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ନିଜର ପୂର୍ବତନ ପ୍ରମିକ ରୋହମନଙ୍କ ସହ ଜଡିଛି ତ ପୁଣି କିଏ ଅନ୍ୟ କାହାକୁ ଡେଟ କରୁଛନ୍ତି ବୋଲି କହିଛି । କିନ୍ତୁ, ଅଭିନେତ୍ରୀ ଏହି ମାମଲା ଉପରୁ ଏବେ ପରଦା ହଟାଇଛନ୍ତି । ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ସେ ଏକାକୀ ଅଛନ୍ତି । କୌଣସି ପୁରୁଷ ସହ ତାଙ୍କର ପ୍ରେମ ସଂପର୍କ ନାହିଁ ।

ଏକ ସାକ୍ଷାତକାରରେ ସୁସ୍ମିତା କହିଛନ୍ତି ତାଙ୍କ ଜୀବନରେ ଅବିଶ୍ୱନୀୟ ଭାବରେ କେତେ ଲୋକ ରହିଛନ୍ତି ଯେଉଁମାନେ ତାଙ୍କର ବନ୍ଧୁ ଅଟନ୍ତି । ସେ ବର୍ତ୍ତମାନ ତାଙ୍କ ଜୀବନରେ ବ୍ରେକ ନେଇ ଖୁସି ଥିବା ପ୍ରକାଶ କରିଛନ୍ତି । ତାହାସହ ତାଙ୍କର ୫ ବର୍ଷର ପ୍ରେମ ଉପରେ ମଧ୍ୟ ସୁସ୍ମିତା ମତ ରଖି କହିଛନ୍ତି ଯେ ତାଙ୍କର ପ୍ରେମ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା । ସୁସ୍ମିତା ରୋହମନଙ୍କ ସହ ରିଲେସନସିପରେ ଥିଲେ । ୨୦୧୨ ମସିହାରେ ସେମାନେ ଅଲଗା ହୋଇଯାଇଥିଲେ । ମାତ୍ର ଏବେ ବି ଅନେକ ଉତ୍ସବରେ ଉଭୟ ନଦର ଆସନ୍ତି । ଏହା କେବଳ ତାଙ୍କର ବନ୍ଧୁତ୍ୱ ବୋଲି ସେ କହିଛନ୍ତି । ତାଙ୍କ ସହ ଆଉ ପ୍ରେମ ସମ୍ପର୍କ ନ ଥିବା ସେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.