fbpx

ଜିଓ, ଏୟାରଟେଲକୁ କଡ଼ା ଟକ୍କର ଦେବ BSNL, TATA ସହ ମିଶି ୧ ହଜାର ଗାଁକୁ ଯୋଗାଇବ 4G ନେଟୱାର୍କ ସେବା

ନୂଆଦିଲ୍ଲୀ: ନିକଟରେ ଘରୋଇ ଟେଲିକମକ କମ୍ପାନୀ ଜିଓ ଏବଂ ଏୟାରଟେଲ ଏହାର ଟାରିଫ୍ ପ୍ଲାନ୍ ମହଙ୍ଗା କରିଥିଲେ । କମ୍ପାନୀ ଏହାର ଟାରିଫ୍ ପ୍ଲାନ୍ ୧୧ରୁ ୧୫% ପର୍ଯ୍ୟନ୍ତ ରିଚାର୍ଜ ରେଟ୍ ବୃଦ୍ଧି କରିଥିଲା । ଫଳରେ ୟୁଜରମାନେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଭଳି ସ୍ଥିତିରେ BSNL ଲୋକଙ୍କ ପାଇଁ ସଞ୍ଜିବନୀ ପ୍ରମାଣିତ ହୋଇଛି ।

ଘରୋଇ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଭୋଡାଫୋନର ଟାରିଫ୍ ବୃଦ୍ଧି ହେବା ପରେ BSNL ୟୁଜର୍ସଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ହେବାରେ ଲାଗିଛି । ଏକ ରିପୋର୍ଟରୁ ପ୍ରକାଶ ଜୁଲାଇ ୩-୪ ପରେ ପାଖାପାଖି ୨୫ ଲକ୍ଷ ନୂଆ BSNL ୟୁଜର ଯୋଡ଼ି ହୋଇଛନ୍ତି । ଏଥିମଧ୍ୟରେ BSNL ଏବଂ TATAର ଆଇଟି କମ୍ପାନୀ ଟାଟା କନସଲଟାନ୍ସୀ ସର୍ଭିସ(TCS) ମଧ୍ୟରେ ଡିଲ୍ ହୋଇଛି । ଏହି ଡିଲ୍ ୧୫ ହଜାର କୋଟି ଟଙ୍କାର ହୋଇଥିବା ଜଣାପଡ଼ିଛି । ଏହା ଦ୍ୱାରା ଭାରତର 4G ନେଟୱାର୍କକୁ ଦୃଢ଼ କରାଯିବ । ସେହିପରି 5G ନେଟୱାର୍କକୁ ନେଇ ଭୂମି ପ୍ରସ୍ତତି ଚାଲିଛି । BSNL ଏବଂ TCSର ମିଶ୍ରଣରେ ଭାରତର ପ୍ରାୟ ୧ ହଜାର ଗାଁକୁ 4G ନେଟୱାର୍କ ସେବା ଆରମ୍ଭ ହେବ । ଫଳରେ ଗ୍ରାମବାସୀମାନେ ଫାଷ୍ଟ ସ୍ପିଡ୍ ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ । କହିରଖୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ ଏବଂ ଏୟାରଟେଲ ଭଳି ଟେଲିକମ୍ କମ୍ପାନୀଙ୍କ ଦବଦବା ଥିଲା କିନ୍ତୁ  BSNLର ଏହି ଡିଲ୍ ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Get real time updates directly on you device, subscribe now.