fbpx

ଉଚ୍ଚ ଶିକ୍ଷା ପାଇଁ ସରକାର ଦେବେ ୧୦ ଲକ୍ଷ ଋଣ, ବଜେଟରେ ଘୋଷଣା ହେଲା ଶସ୍ତା ଏଜୁକେସନ ଲୋନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କେନ୍ଦ୍ରୀୟ ବଜେଟ ଜାରି କରିଛନ୍ତି । ନିଜ ବଜେଟରେ ଭାଷଣରେ ଅର୍ଥମନ୍ତ୍ରୀ ଶିକ୍ଷାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ ଲୋନରେ ସାହାଯ୍ୟ କରିବେ । ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ଘରୋଇ ସଂସ୍ଥାମାନଙ୍କରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ଲୋନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ । ମଡେଲ ସ୍କିଲ ଲୋନ ଯୋଜନକୁ ସଂଶୋଧିତ କରି ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ସୁବିଧା ଦିଆଯିବ ।

Get real time updates directly on you device, subscribe now.