(video): ତବୁଙ୍କ ଏହି ସିନେମା ‘ଦୃଶ୍ୟମ୍‌’ଙ୍କୁ ବି ଦିଏ ମାତ୍‌, କ୍ଲାଇମେକ୍ସ ଏମିତି ଅଛି ନଜର ହଟାଇଲେ କିଛି ବୁଝିପାରିବେ ନାହିଁ….

ଓଡିଶା ଭାସ୍କର: ଓଟିଟିରେ ବର୍ତ୍ତମାନ ଆଉଟ ଅଫ ବକ୍ସ କଣ୍ଟେଣ୍ଟ ମିଳିବାରେ ଲାଗିଛି ଲୋକଙ୍କୁ । ସେଥିପାଇଁ ଲୋକମାନେ ମଧ୍ୟ ସିନେମାଘରକୁ ନ ଯାଇ ଓଟିଟି ମୁହାଁ ହେବାରେ ଲାଗିଲେଣି । ଏହିକ୍ରମରେ ଓଟିଟିରେ ଏମିତି ଏକ ସିନେମା ରହିଛି, ଯାହା ‘ଦୃଶ୍ୟମ୍‌’ ସିନେମାକୁ ବି ପଛରେ ପକାଇଦେବ । ଯାହାକୁ ଆପଣ ସହଜରେ ଓଟିଟିରେ ଦେଖି ମନୋରଞ୍ଜନ କରିପାରିବେ । ଏହି ସିନେମାରେ ଏତେ ସସ୍ପେନ୍ସ ରହିଛି ଯେ ଯଦି ଥରେ ନଜର ହଟିଗଲା, ତେବେ ଜଣକୁ ବୁଝିବାକୁ ମୁକ୍ସିଲ ହୋଇପଡିବ ।

କହିରଖୁ, ‘ଦୃଶ୍ୟମ୍‌’ଙ୍କୁ ଟକ୍କର ଦେଉଥିବା ଏହି ସିନେମାର ନାଁ ହେଉଛି ‘ଅନ୍ଧାଧୂନ’ । ୨୦୧୮ ମସିହାରେ ରିଲିଜ ହୋଇଥିବା ଏହି ସିନେମାରେ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ସହ ଅଭିନେତ୍ରୀ ତବୁ ଅଭିନୟ କରିଛନ୍ତି । ସିନେମାଟି ଫ୍ୟାନ୍ସଙ୍କ ହୃଦୟରେ ଏଭଳି ଛାପ ଛାଡିଛି ଯେ, ଏହାକୁ ପ୍ରଶଂସକ ଆଜି ବି ଦେଖିବାକୁ ପସନ୍ଦ କରନ୍ତି । ସିନେମା ଘରରେ ଧୂମ ମଚାଇବା ପରେ ଓଟିଟିରେ ମଧ୍ୟ ଏହାକୁ ରିଲିଜ କରାଯାଇଥିଲା । ଏଥିରେ ମଧ୍ୟ ସିନେମାଟି ବେଶ୍ ଦମଦାର ପ୍ରଦର୍ଶନ କରିଛି । ଏହି ସିନେମାରେ ଅଭିନେତ୍ରୀ ତବୁ, ରାଧିକା ଆପ୍ତେଙ୍କ ଜୀବନ୍ତ ଅଭିନୟ ସହ ଅଭିନେତା ଆୟୁଷ୍ମାନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ରାଜ କରିଥିଲା । ଏହି ଡାର୍କ କମେଡି ଫିଲ୍ମକୁ ଜଣେ ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସରେ ଦେଖିପାରିବ ।

 

View this post on Instagram

 

A post shared by Tabu (@tabutiful)

Get real time updates directly on you device, subscribe now.