fbpx

ପରୀକ୍ଷାରେ ଖୁଲମ୍ ଖୁଲା କପି, ଭାଇରାଲ ହେଉଛି ସିସିଟିଭ୍ ଫୁଟେଜ

ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଚାଲିଛି ଖୁଲମ୍ ଖୁଲା କପି । ନା କିଏ କହିବାକୁ ଅଛି ନା କିଏ ଡରାଇବାକୁ ଅଛି । କିନ୍ତୁ କ୍ଲାସରୁମରେ ସିସିଟିଭି ଲାଗିଛି ବୋଲି ପିଲା ଭୁଲି ଯାଇଛନ୍ତି । ଏଭଳି ଏକ ଠକେଇ ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଯାଇଛି ବୋଲି ଜଣାପଡିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଖୁଲମ୍ ଖୁଲା କଥା ହେବା ସହ ଆରାମରେ କପି ବାହାର କରି ଲେଖୁଛନ୍ତି ।

ଛିନ୍ଦୱାଡା ସମେତ ପ୍ରଦେଶରେ କିଛି ଦିନ ପୂର୍ବରୁ ଦ୍ୱାଦଶ ଶ୍ରେଣୀରେ ଶେଷ ବିଷୟର ପରୀକ୍ଷା ଥିଲା । କିନ୍ତୁ ଶେଷ ବିଷୟରେ ଏପରି କପି ହେଉଥିବାର ଦେଖି ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା କପିର ଘଟଣା ଶିକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଅମରୱାଡାର ଗୋଟିଏ ସ୍କୁଲର ହୋଇଥିବା ଦାବି କରାଯାଉଛି । ଏହି ପରୀକ୍ଷା କେନ୍ଦ୍ରରେ କୌରସି ଶିକ୍ଷକ ଡ୍ୟୁଟିରେ ରହିନଥିବା ବେଳେ ଛାତ୍ରଛାତ୍ରୀମାନେ ନିର୍ଭୟରେ କପି କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.