ଡାକ୍ତର ଆଶ୍ଚର୍ଯ୍ୟ! ରୋଗୀଙ୍କ ମଳାଶୟରୁ ବାହାରିଲା ୧୬ ଇଞ୍ଚ ଲମ୍ବର ଲାଉ, ଭିତରର ଶିରା ଫାଟି ଯାଇଥିଲା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଜବ ଘଟଣା ଘଟିଥାଏ । ଏପରି ମାମଲାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶରୁ ଆସିଛି ଏକ ଚକିତଭରା ଖବର । ଜଣେ ରୋଗୀଙ୍କ ମଳାଶୟରୁ ଗୋଟିଏ ୧୬ ଇଞ୍ଚ ଲମ୍ବର ଲାଉ ବାହାର କରାଯାଇଛି । ଦୀର୍ଘ ସମୟ ଧରି ଅପରେସନ କରିବା ପରେ ଡାକ୍ତର ଲାଉକୁ ବାହାର କରିଥିଲେ । ତେବେ ସବୁଠାରୁ ବଡ଼କଥା ହେଉଛି ମଳାଶୟ ଭିତରକୁ ଲାଉ କିପରି ପଶିଥିଲା ସେ ବାବଦରେ ରୋଗୀ କିଛି କହିନଥିବା ଡାକ୍ତର ସୂଚନା ଦେଇଛନ୍ତି । ତେଣୁ ଜଣେ ମାନସିକ ରୋଗୀ ହିଁ ଏପରି ହରକତ କରିପାରେ ବୋଲି ଡାକ୍ତର ସନ୍ଦେହ କରିଛନ୍ତି ।

ଖବର ମୁତାବକ, ଛତରପୁର ଜିଲ୍ଲା ହସ୍ପିଟାଲରୁ ଆସିଛି ଏଭଳି ଏକ ଅଜବ ମାମଲା । ସେଠାକାର ଜଣେ ରୋଗୀଙ୍କ ମଳାଶୟରୁ ୧୬ ଇଞ୍ଚ ଲମ୍ବର ଲାଉକୁ ସର୍ଜରୀ ମାଧ୍ୟମରେ ବାହାର କରାଯାଇଥିଲା । ଏପରି ଅଜବ ମାମଲା ଦେଖିବା ପରେ ନିଜେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ୬୦ ବର୍ଷୀୟ କୃଷକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ଡାକ୍ତର ଅଲଟ୍ରାସାଉଣ୍ଡ କରିବା ପରେ ବୃଦ୍ଧଙ୍କ ମଳଦ୍ୱାର ଭିତରେ ଲାଉ ଫଶି ରହିଥିବା ଜଣାପଡ଼ିଥିଲା । ସେହି କାରଣରୁ ପେଟ ଭିତରର କିଛି ଶିରା ମଧ୍ୟ ଫାଟି ଯାଇଥିଲା ।

ରୋଗୀଙ୍କ ସ୍ଥିତି ବିଗିଡ଼ିବାରୁ ଡାକ୍ତର ତ୍ୱରିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଦୁଇଘଣ୍ଟାର ସର୍ଜରୀ ପରେ ରୋଗୀଙ୍କ ମଳାଶୟରୁ ଉକ୍ତ ଲାଉକୁ ବାହାର କରାଯାଇଥିଲା । ଏହାପରେ ରୋଗୀ ଆଶ୍ୱସ୍ତିଭରା ନିଃଶ୍ୱାସ ନେଇଥିଲେ । ତେବେ ମଳାଶୟ ଭିତରକୁ ଲାଉ କିପରି ପ୍ରବେଶ କଲା ସେ ବାବଦରେ ରୋଗୀ ଜଣଙ୍କ କୌଣସି ସ୍ପଷ୍ଟିକରଣ ଦେଇନଥିବା ବେଳେ ଡାକ୍ତର ଏହା ପଛର କାରଣ ଜାଣିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି । ମାନସିକ ରୋଗୀମାନେ ଏପରି ଅଜବ ହରକତ କରିଥାନ୍ତି ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.