ମହିଳା ଏସିଆ କପର ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ, ବାଂଲାଦେଶକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଏସିଆ କପ ଟି-୨୦, ୨୦୨୪ର ଫାଇନାଲରେ ନିଜ ସ୍ଥାନ ବଜାୟ ରଖିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଶୁକ୍ରବାର ଦିନ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରିଛି । ଟିମ ଇଣ୍ଡିଆ ପ୍ରଥମେ ବୋଲିଂ ଏବଂ ପୁଣି ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛି । ସ୍ମୃତି ମନ୍ଦାନା ଅପରାଜିତ ଶତକ ହାସଲ କରିଥିଲେ । ଯେଉଁଠାରେ ରେଣୁକା ସିଂ ଏବଂ ରାଧା ଯାଦବ ପ୍ରତ୍ୟେକ ୩ଟି ୱିକେଟ ନେଇଥିଲେ । ଟିମ ଇଣ୍ଡିଆ ୭ ଥର ଏହି ଟାଇଟଲ ଜିତିଛି ।

ବାଲାଂଦେଶ ଦେଇଥିବା ଟାର୍ଗେଟକୁ ଗ୍ରହଣ କରି ଟିମ ଇଣ୍ଡିଆ ୧୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଏଥିପାଇଁ ମନ୍ଦାନା ଏବଂ ଶେଫାଳି ବର୍ମା ଓପନିଙ୍ଗ କରିବାକୁ ଆସିଥିଲେ । ମନ୍ଦାନା ୩୯ ବଲର ସାମ୍ନା କରି ଅପରାଜିତ ୫୫ ରନ କରିଥିଲେ । ସେ ୯ଟି ଚୌକା ଏବଂ ୧ଟି ଛକା ମାରିଥିଲେ । ଅନ୍ୟପଟେ ଶୈଫାଲୀ ୨୮ ବଲର ସାମ୍ନା କରି ୨୬ ରନ କରିଥିଲେ । ସେ ଦୁଇଟି ଚୌକା ମାରିଥିଲେ । ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୮୦ ରନ୍ ସଂଗ୍ରହ କରି ୮ ୱିକେଟ୍ ହରାଇଥିଲା।

ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୮୦ ରନ୍ ସଂଗ୍ରହ କରି ୮ ୱିକେଟ୍ ହରାଇଥିଲା। ୨୦୦୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପ୍ରତ୍ୟେକ ଥର ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ୭ ଥର ଏସିଆ କପ୍ ଜିତିଛି ଏବଂ ଥରେ ହିଁ ବାଂଲାଦେଶଠାରୁ ହରିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି।

Get real time updates directly on you device, subscribe now.