fbpx

ବିବାହ ପରେ ପ୍ରଥମ ଥର ପାଇଁ ରାମ୍ପରେ ଚାଲିଲେ ସୋନାକ୍ଷୀ ସିହ୍ନା, ଗ୍ଲାମରସ୍ ଲୁକ୍ ଦେଖି ଦର୍ଶକଙ୍କ ଉଡ଼ିଲା ହୋଶ୍‌, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଭେଟେରାନ୍ ବଲିଉଡ ଆକ୍ଟର ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ ସୋନାକ୍ଷୀ ସିହ୍ନା । ନିକଟରେ ଜହୀର ଇକବାଲଙ୍କ ସହ ତାଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା । ସୋନାକ୍ଷୀ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଲାଇମଲାଇଟରେ ରୁହନ୍ତି । ତାଙ୍କ ହନିମୁନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚୁଲବୁଲି ସୋନାକ୍ଷୀ ପୁଣି ଥରେ ନିଜ ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ସୋନାକ୍ଷୀ ରାମ୍ପ ୱାକ୍ କରୁଥିବାର ନଜର ଆସିଛନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କ ନୂଆ ଲୁକର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବଲିଉଡ଼ର ଦବଙ୍ଗ ଗାର୍ଲ ଭାବେ ବେଶ ଜଣାଶୁଣା ସୋନାକ୍ଷୀ ସିହ୍ନା । ଜୁନ ୨୩ରେ ଜହୀର ଇକବାଲଙ୍କ ସହ ତାଙ୍କ ବିବାହ ହୋଇଥିଲା । ଏହା ପରେ ସୋନାକ୍ଷୀଙ୍କୁ ପ୍ରଥମ ଥର ପାଇଁ ରାମ୍ପ ୱାକ୍ କରିଛନ୍ତି । ରାମ୍ପ୍ ୱାକ୍ ସମୟରେ ତାଙ୍କର ବିନ୍ଦାସ ଅନ୍ଦାଜ୍ ଦେଖିବାକୁ ମିଳିଛି । ସୋନାକ୍ଷୀ ଏକ ଗୋଲାପି ରଂଗର ଗାଉନରେ ବାର୍ବି ଭଳି ଦେଖାଯାଉଛନ୍ତି । ଏହି ଷ୍ଟାଇଲିସ୍ ଆଉଟ୍‌ଫିଟ୍ ସହ ସେ ହାଇ ହିଲ୍ସ ପିନ୍ଧିଥିଲେ । ଶନିବାର ଦିଲ୍ଲୀରେ ଆୟୋଜିତ India Couture Week 2024ରେ ସୋନାକ୍ଷୀ ଶୋ’ ଷ୍ଟପର ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଇଭେଣ୍ଟ ପରେ ଏକ ସାକ୍ଷାତକାରରେ ସୋନାକ୍ଷୀ କହିଥିଲେ, ‘ମୋତେ ସତରେ ଅନୁଭବ ହେଉଛି ଯେପରି ସିମ୍ପଲ ଦୁଲହନ୍ ଟ୍ରେଣ୍ଡ୍ ପୁଣି ଥରେ ଫେରିବ । ମୁଁ ମୋ ବୈବାହିକ ଜୀବନକୁ ବହୁତ ଏନଜୟ କରୁଛି । ମୋତେ ବିବାହ ପରେ ବି କାମ କରିବା ପାଇଁ ସ୍ୱତନ୍ତ୍ରତା ମିଳିଛି । ପରିବାରର ସପୋର୍ଟ ମୋ ସହ ରହିଛି ଏବଂ ମୁଁ ଖୁସି ଅଛି । ତେଣୁ ମୋତେ ଲାଗେ କି ଅନେକ ଥର ଆମେ ଠିକ୍ ନିଷ୍ପତ୍ତି ନେଇଥାଉ ।’ କହିରଖୁଛୁ ସୋନକ୍ଷୀଙ୍କୁ ଶେଷ ଥର ପାଇଁ ଆଦିତ୍ୟ ସରପୋତଦାରଙ୍କ ନିର୍ଦ୍ଦେଶିତ ହହର- କମେଡି ଫିଲ୍ମ ‘କାକୁଡ଼ା’ରେ ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.