fbpx

Video; ଦୁଇଟି ମୁଣ୍ଡ ଥିବା ବିରଳ କଇଁଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଆଗରୁ କେବଳ ଗୋଟିଏ ମୁଣ୍ଡ ଥିବା କଇଁଛ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଦୁଇ ମୁଣ୍ଡ ବିଶିଷ୍ଟ କଇଁଛ ଦେଖାଇବାକୁ ଯାଉଛୁ । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ କଇଁଛର ଦୁଇଟି ମୁଣ୍ଡ ଦେଖା ଯାଉଛି । ଏହି ଭିଡିଓରେ କଇଁଛଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଥିବା କଇଁଛଟି ଦୁଇଟି ଯାଆଁଳା କଇଁଛ ଭଳି ଦେଖାଯାଉଛି, କିନ୍ତୁ ଉପର ଭାଗ ସମାନ । ଏବେ ଏହି ଭିଡିଓକୁ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇ ନିଜର ମତାମତ ଦେଉଛନ୍ତି ।

ତେବେ ଏହି ଅଜବ କଇଁଛକୁ ଦେଖି କେବଳ ଦର୍ଶକ ନୁହଁନ୍ତି, ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ କଇଁଛ ଥିବା ବେଳେ ତାର ଦୁଇଟି ମୁଣ୍ଡ ରହିଛି । ଏହି କଇଁଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ମନ୍ତବ୍ୟ ଦେଇଛନ୍ତି । ତେବେ ଏଭଳି ସ୍ଥିତିରେ କଇଁଛଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କିଛି ସାଧାରଣ ଲୋକ କହୁଛନ୍ତି । ତେବେ ଏଭଳି ଭିଡିଓ ସାଧାରଣତଃ ଦେଖିବାକୁ ମିଳୁନଥିବାରୁ ଦର୍ଶକ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ଲୋକମାନେ ଏହି ଭିଡିଓକୁ ଖୁବ ସେୟାର କରୁଛନ୍ତି ।

Get real time updates directly on you device, subscribe now.