fbpx

ଦିଲ୍ଲୀ କୋଚିଂ ସେଣ୍ଟର ମାମଲା: Drishti IAS ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତିଙ୍କ ସଶକ୍ତବାର୍ତ୍ତା, ଏମିତି ଘଟଣାରେ ସମସ୍ତେ ବଲିକା ବକରା ଚାହାନ୍ତି….

ଓଡିଶା ଭାସ୍କର: ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରର ସଂସ୍ଥାପକ ଓ ଏମଡି ବିକାଶ ଦିବ୍ୟକିର୍ତ୍ତି ଓଲ୍ଡ ରାଜିନ୍ଦର ନଗରର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁରେ ମୁହଁ ଖୋଲିଛନ୍ତି । ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଏମିତି ଘଟଣାରେ ଯେକେହି କେବଳ ‘ବଲିକା କା ବକରା’ ଚାହାନ୍ତି ।

ମୁଖର୍ଜୀ ନଗରରେ ବିକାଶ ଦିବ୍ୟକିର୍ତ୍ତିଙ୍କ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ବି ଦିଲ୍ଲୀ ନଗର ନିଗମ ସିଲ କରି ଦେଇଥିଲା । ୨୯ ଟି କୋଚିଂ ସେଣ୍ଟର ମଧ୍ୟରେ ବିକାଶଙ୍କ ଦୃଷ୍ଟି ବି ସାମିଲ ଥିଲା । ରାଓ ଆଇଏଏସ ବେସମେଣ୍ଟରେ ଏମିତି ଘଟଣା ଘଟିବା ପରେ ଏଭଳି ପଦକ୍ଷେପ ଉଠାଯାଇଥିଲା । ବିଲଡିଂ ବାୟଲଜକୁ ଉଲଂଘନ କରିବା ଆରୋପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ଦିବ୍ୟକିର୍ତ୍ତି କହିଛନ୍ତି ଯେ ସେ ଏମିତି କିଛି କରିବେ ନାହିଁ ଯାହା ଦିଲ୍ଲୀରେ ଅନୁମତି ନାହିଁ । ସେ କେବଳ ସ୍ୱୀକୃତି ଭାବନାରେ କାମ କରିବାକୁ ନେଇ କହିଛନ୍ତି । ନିକଟରେ ହୋଇଥିବା ଘଟଣା ନିଶ୍ଚିତଭାବରେ ଏକ ଦୁଃଖଦ ଅନୁଭବ ଓ ଅନିୟମିତତା କାରଣରୁ ଏହା ଘଟିଥିବା ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି । ଭବିଷ୍ୟତରେ ଅନୁମତି ମିଳି ସାରିବା ପରେ ସେମାନେ ବେସମେଣ୍ଟରେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.