fbpx

Olympics Kiss Controversy! ଫ୍ରାନ୍ସ ରାଷ୍ଟ୍ରପତି ଓ କ୍ରୀଡ଼ାମନ୍ତ୍ରୀଙ୍କ କିସକୁ ନେଇ ସୃଷ୍ଟି ହେଲା ବିବାଦ, ଭାଇରାଲ ହେବାରେ ଲାଗିଛି….

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଆଜି ପଞ୍ଚମ ଦିବସ ହୋଇଥିବା ବେଳେ ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ାବିତମାନେ ପଦକ ବିଜୟ ଲକ୍ଷ୍ୟରେ ସଂଘର୍ଷ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଅଲିମ୍ପିକ୍ସରେ ଏକ ନୂଆ ବିବାଦ ଦେଖାଦେଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ କ୍ରୀଡ଼ାମନ୍ତ୍ରୀ ଏମିଲୀ ଓଉଦେୟା-କାସ୍ତେରାଙ୍କ କିସକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅଲିମ୍ପିକ୍ସ ଉଦଘାଟନ ସମାରୋହ ଅବସରରେ ଏହି ଘଟଣା ଘଟିଥିଲା । ଉକ୍ତ ସମାରୋହରେ ରାଷ୍ଟ୍ରପତି ମାକ୍ରନ କ୍ରୀଡ଼ାମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ସହ କିସ୍ କରିଥିବା ଦେଖାଦେଇଥିଲା । ଉକ୍ତ ଘଟଣାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ରାନ୍ସରେ ଚୁମ୍ବନକୁ ଏକ ସାମାନ୍ୟ ଅଭିବାଦନ ଭାବେ ଗ୍ରହଣ କରାଯାଉଥିବା ବେଳେ କିଛି ଲୋକ ଏହାକୁ ନେଇ ବିରୋଧ କରୁଥିବା ଦେଖାଯାଇଛି । ସୋସିଆଲ ମିଡ଼ିଆରେ କିଛି ୟୁଜର୍ସ କହିଛନ୍ତି, ‘ଏହା ଶିଷ୍ଟାଚାରର ସୀମା ଟପିଯାଇଛି ଓ ଏହା ଅଶୋଭନୀୟ ଅଟେ ।’ ଆଉ କିଛି କହିଛନ୍ତି, ‘ପ୍ରେମୀଯୁଗଳ ପରସ୍ପର ସହ ଏପରି କରିଥାନ୍ତି, ତେଣୁ ଏହା ଏକ ନିନ୍ଦନୀୟ ଘଟଣା ।’ ଆଉ ଜଣେ ଲେଖିଛନ୍ତି, ‘ମୋତେ ଏହି ଫଟୋ ଅଶୋଭନୀୟ ଲାଗୁଛି, ରାଷ୍ଟ୍ରପତି ଓ ମନ୍ତ୍ରୀଙ୍କ ପାଇଁ ଏହା ଠିକ୍ ନୁହେଁ ।’ ଏହି ଚୁମ୍ବନ ଘଟଣାକୁ ନେଇ କିଛି ୟୁଜର୍ସ ସୋସିଆଲ ମିଡ଼ିଆରେ ମଜାଳିଆ ମୀମ୍ସ ମଧ୍ୟ ଶେୟାର କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.