fbpx

ପ୍ୟାରିସ୍ ଅଲିମ୍ପିକ୍ସ: ବିଶ୍ୱର ଚତୁର୍ଥ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଲେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ : ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଜୋନାଟନ୍ କ୍ରିଷ୍ଟିଙ୍କୁ ୨୧-୧୮, ୨୧-୧୨ରେ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛନ୍ତି । ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତାରେ କ୍ରିଷ୍ଟି ଚତୁର୍ଥ ସ୍ଥାନରେ ଥିବା ବେଳେ ଲକ୍ଷ୍ୟ ସେନ୍ ୨୨ତମ ସ୍ଥାନରେ ରହିଛନ୍ତି । ଲକ୍ଷ୍ୟ ସେନ ଲଗାତାର ଦୁଇଟି ମ୍ୟାଚ୍ ଜିତିବା ପରେ ସେ ଏଲ୍ ଗ୍ରୁପ୍ ର ଶୀର୍ଷରେ ରହିଛନ୍ତି । ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ଲକ୍ଷ୍ୟ ସେନ ନିଜ ସ୍ୱଦେଶୀ ଏଚ୍ ଏସ୍ ପ୍ରଣୟଙ୍କୁ ଭେଟିପାରନ୍ତି ।

 

Get real time updates directly on you device, subscribe now.