fbpx

ଶ୍ରୀମନ୍ଦିର ପରିଚାଳନାରେ ଆସିବ ବଡ଼ଧରଣର ସୁଧାର: ଗଢ଼ାହେବ ନୂଆ କିମିଟି, ସଦସ୍ୟଙ୍କ ନାମ ଘୋଷଣା କରିବେ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ଏବଂ ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଆଣିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ହଣ କରିଛନ୍ତି । ଏଥିରେ ମନ୍ଦିର କମିଟିରେ ପରିବର୍ତ୍ତନ ହୋଇ ନୂଆ କମିଟି ଗଠନ ହେବ । କମିଟି ଗଠନ ପୂର୍ବରୁ ସଦସ୍ୟଙ୍କ ନାଁ ମନୋନୟନ ବେଳେ ସ୍ବଚ୍ଛତା ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ, ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍‌ ପ୍ରସ୍ତୁତକରିଛି ଆଇନ ବିଭାଗ ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିରେ ମୋଟ ୧୮ ଜଣ ସଦସ୍ୟ ରହୁଥିବା ବେଳେ । ଗଜପତି ମହାରାଜ କମିଟିର ସ୍ଥାୟୀ ଅଧକ୍ଷ ରହିଥିବା ବେଳେ । ଶ୍ରାମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଆଇନ ବିଭାଗ ସଚିବ ଏସପି ତଥା ସେବାୟତ ଓ ମଠରୁ ପ୍ରାୟ ୭ ଜଣ ସଦସ୍ୟଙ୍କ ନାମ ଚୟନ ହୋଇଥାଏ ।

ବିଶେଷ ସାମାଜିକ କାର୍ୟ୍ୟ କରି ପ୍ରଶଂସା ପାଇଥିବା ଅନ୍ୟ ୨ ଜଣଙ୍କୁ ସରକାର କମିଟିରେ ସ୍ଥାନ ଦେଇଥାଆନ୍ତି ଓ କମିଟି ଗଠନ ପୂର୍ବରୁ ସଦସ୍ୟଙ୍କ ନାଁ ମନୋନୟନ ବେଳେ ସ୍ବଚ୍ଛତା ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ବିଭାଗର ଗାଇଡଲାଇନ ଅନୁସାରେ, ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡିତ ନିଯୋଗଗୁଡିକୁ ଦୁଇ ଜଣଙ୍କ ନାମ ପଠାଇବାକୁ ଅନୁରୋଧ କରିବେ।

Get real time updates directly on you device, subscribe now.