fbpx

CTET ଜୁଲାଇ ୨୦୨୪ ରେଜଲ୍ଟ ଘୋଷଣା କଲା CBSE

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କେନ୍ଦ୍ରୀୟ ଶକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ ସମ୍ଭାବ୍ୟ ରେଜଲ୍ଟ ଘୋଷଣା ହୋଇପାରେ ବୋଲି ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।

ଗତମାସ ୩ ତାରିଖରେ ଆଡମିଟ୍ କାର୍ଡ ଜାରି କରାଯାଇଥିବା ବେଳେ ୨୪ ତାରିଖରେ ପରୀକ୍ଷାର ଆନସର କୀ ଜାରି କରାଯାଇଥିଲା । ଜୁଲାଇ ୨୭ ପର୍ଯ୍ୟନ୍ତ ପ୍ରାଥୀଙ୍କୁ ଅଭିଯୋଗ ଦାଖଲ କରିବାକୁ ସୁଯୋଗ ଦିଆଯାଇଥିଲା । ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ଓ ସ୍କୋର କାର୍ଡକୁ ମଧ୍ୟ ଡାଉନଲୋଡ୍ କରିପାରିବେ ।

ରେଜଲ୍ଟ ଲିଙ୍କ: https://cbseresults.nic.in/ctet_july_24_agi/CtetJuly24q.htm

Get real time updates directly on you device, subscribe now.