fbpx

ଜନ୍ମନେଲା ଏକ ବିଚିତ୍ର ଶିଶୁ! ନବଜାତର ଚେହେରା ଅବିକଳ ଏଲିୟନ୍ ପରି, ଛୁଆକୁ ଦେଖିବାକୁ ହସ୍ପିଟାଲରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଆଖପାଖରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଶିଶୁ ଜନ୍ମ ନେଇଥାନ୍ତି । ଅନେକ ସମୟରେ କିଛି ଶିଶୁଙ୍କର ଜନ୍ମ ସମୟରୁ ୩/୪ଟି ହାତ ଓ ୩/୪ଟି ଗୋଡ଼ ରହିଥିବା ଦେଖାଯାଇଥଏ । ଏପରିକି କିଛି ଶିଶୁ ୨ଟି ମୁଣ୍ଡ ଥାଇ ମଧ୍ୟ ଜନ୍ମନେଇଥିବାର ଦେଖିବାକୁ ମିଳିଛି । ତେବେ ଏଭଳି ଶିଶୁମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ନାହିଁ । ତେବେ ଏହା ମଧ୍ୟରେ ଏକ ବିଚିତ୍ର ଶିଶୁ ଜନ୍ମ ନେଇଛି । ଏହି ଶିଶୁଟିର ଚେହେରା ଦେଖିବାକୁ ଅବିକଳ ଏଲିୟନ୍ ପରି । ଶିଶୁଟିକୁ ଦେଖିବାକୁ ହସ୍ପିଟାଲରେ ଭପ୍ରବଳ ଭିଡ଼ ଜମିଥିଲା ।

ଖବର ମୁତାବକ, ବିହାରରୁ ଆସିଛି ଏଭଳି ଏକ ବିରଳ ଘଟଣା । ଜନ୍ମିତ ଶିଶୁଟି ଫିଲ୍ମରେ ବ୍ୟବହାର କରାଯାଉଥିବା ଏଲିୟନ ପରି । ମା’ ସୁସ୍ଥ ରହିଥିବା ବେଳେ ଶିଶୁଟିର ଅବସ୍ଥା ଗମ୍ଭୀର ରହିଛି । ତେଣୁ ତାକୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ରାଜ୍ୟର ବେତିୟା ଜିଲ୍ଲାର ରାମନଗର ଅଞ୍ଚଳରେ ଏଭଳି ଏକ ଅଳ୍ପବିକଶିତ ବିରଳ ଶିଶୁକୁ ଦେଖିବାକୁ ମିଳିଛି । ଏଲିୟନ ପରି ଦିଶୁଥିବା ଶିଶୁଟି ଜନ୍ମନେବା ପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିଥିଲା ।

ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତୀ ଏହି ବିଚିତ୍ର ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁଟି ଦେଖିବାକୁ ଏକ ଏଲିୟନ ପରି ହୋଇଥିବାରୁ ହସ୍ପିଟାଲରେ ବହୁସଂଖ୍ୟକ ମହିଳାଙ୍କ ଭିଡ଼ ଜମିଥିଲା । ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ହସ୍ପିଟାଲରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲା । ଜଣେ ୩୮ ବର୍ଷୀୟା ମହିଳା ଏହି ଜନ୍ମଜାତ ବିକୃତ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ପ୍ରସବ ପୂର୍ବରୁ ଶିଶୁଠାରେ ମେଲାଲିନ ତିଆର ହୋଇପାରିନଥିଲା । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲ୍ୟୁଟିନାଇଜିଙ୍ଗ ହର୍ମୋନ ତିଆରି ନ ହୋଇପାରିବା କାରଣରୁ ଏଭଳି ଶିଶୁ ଜନ୍ମ ନେଇଥାନ୍ତି ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.