fbpx

UGC NET 2024 ପାଇଁ ଜାରି ହେଲା ନୂଆ ଶିଡ୍ୟୁଲ୍: ଅଗଷ୍ଟ ୨୧ରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ: ୟୁଜିସି ନେଟ ୨୦୨୪ ପାଇଁ ନୂଆ ଶିଡ୍ୟୁଲ ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଅଗଷ୍ଟ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୪ରେ ସମାପ୍ତ ହେବ । ପରୀକ୍ଷାର ୧୦ ଦିନ ପୂର୍ବରୁ ପ୍ରାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ପରୀକ୍ଷା ସେଣ୍ଟର ବାବଦରେ ସମସ୍ତ ତଥ୍ୟ ପାଇପାରିବେ । ୮୩ଟି ବିଷୟରେ ସମସ୍ତ ସମସ୍ତ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରଯିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ହେବ । ଏ ବାବଦରେ ଏନଟିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୮ ତାରିଖରେ ୟୁଜିସି ନେଟ ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୧୭ଟି ସହରରେ ୧୨୦୫ଟି ପରୀକ୍ଷା କେନ୍ଦ୍ରରେ ୨ଟି ପର୍ଯ୍ୟାୟରେ ମୋଟ ୧୧ ଲକ୍ଷ ୨୧ ହଜାର ୨୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ତେବେ ୮୦ ପ୍ରତିଶତ ଅର୍ଥାତ ୯ ଲକ୍ଷ ୮ ହଜାର ୫୮୦ ଜଣ ପିଲା ପରୀକ୍ଷା ଦେଇଥିଲେ । ଜୁନ୍ ୧୯ରେ ଏହି ପରୀକ୍ଷାକୁ ବାତିଲ କରାଗଲା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଭାରତୀୟ ସାଇବର କ୍ରାଇମ୍ କୋଅର୍ଡିନେଟର ସେଣ୍ଟର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ସନ୍ଦେହ ପ୍ରକାଶ କରିଥିବା କୁହାଯାଇଥିଲା ।

Get real time updates directly on you device, subscribe now.