fbpx

ଭଗବାନ ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ- ବିବାଦୀୟ ବୟାନ ଦେଲେ ଡିଏମକେ ମନ୍ତ୍ରୀ ଏସଏସ ଶିବଶଙ୍କର, ବିଜେପିର ପାଲଟା ଜବାବ

ଓଡିଶା ଭାସ୍କର: ତାମିଲନାଡୁର ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ)ର ଜଣେ ମନ୍ତ୍ରୀଙ୍କ ବୟାନ ଏବେ ବିବାଦ ପରିସରକୁ ଆସିଛି । ଭଗବାନ ରାମଙ୍କ ଅସ୍ତିତ୍ୱରେ କୌଣସି ଐତିହାସିକ ପ୍ରମାଣ ନ ଥିବା କହିଛନ୍ତି ଡିଏମକେ ମନ୍ତ୍ରୀ ଏସଏସ ଶିବଶଙ୍କର । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଦେଶରେ ବର୍ତ୍ତମାନ ବିବାଦ ଦେଖା ଦେଇଛି ।
ପ୍ରକାଶଥାଉ ଯେ, ରାଜ୍ୟ ପରିବହନ ମନ୍ତ୍ରୀଥିବା ଏସଏସ ଶିବଶଙ୍କର ଅରିୟାଲୁରେ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ କହିଥିଲେ ଯେ ଲୋକଙ୍କୁ ରାଜେନ୍ଦ୍ର ସମ୍ରାଟଙ୍କ ଜୟନ୍ତୀ ପାଳନ କରିବା ଉଚିତ । ଯିଏ ତାଙ୍କର ଭୂମି ପାଇଁ ଗର୍ବ ଓ ଗୌରବ ଅଟନ୍ତି । ନହେଲେ ଲୋକେ ବାଧ୍ୟ ହେବେ ଯେ ବିନା ସମ୍ବନ୍ଧ ଥିବା କୌଣସି ଜିନିଷକୁ ନେଇ ଜୟନ୍ତୀ ପାଳନ କରିବେ । ସେ ଏଭଳି କହିବାର ତାତ୍ପର୍ଯ୍ୟ ରାମଙ୍କ ଆଡକୁ ଇଙ୍ଗିତ କରିଥିଲା ।
ରୋଜେନ୍ଦ୍ର ଚୋଳ ଜୀବିତ ଅଛନ୍ତି ଓ ତାଙ୍କର ଅନେକ ସ୍ମୃତି ଏବେ ବି ପୋଖରୀ, ଲିପି ଓ ଅନ୍ୟ କଳାକୃତି ଭାବରେ ବଞ୍ଚି ରହିଛି । ମାତ୍ର ଭଗବାନ ରାମଙ୍କ ଅସ୍ତିତ୍ୱର କୌଣସି ଠୋସ ପ୍ରମାଣ ନ ଥିବା କହି ସେ ଏହି ବଡ ବିବାଦର ପ୍ରାରମ୍ଭ କରିଛନ୍ତି । ଅବତାର କେବେ ଜନ୍ମ ନିଏ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି । ସେପଟେ ଶିବଶଙ୍କରଙ୍କ ଏହି ବୟାନ ପରେ ତାମିଲନାଡୁର ବିଜେପି ପ୍ରମୁଖ ଅନ୍ନାମଲାଇ କହିଛନ୍ତି ଯେ ଦୁର୍ନିତୀରେ ଲିପ୍ତ ପରିବହନ ମନ୍ତ୍ରୀ ଶିବଶଙ୍କରଙ୍କ ଏହି ସାହସିକ ତାତ୍ସଲ୍ୟ ଭଗବାନ ରାମଙ୍କ ପ୍ରତି ଏକ ଘୋର ଅପମାନ । ଯଦି ଚୋଳଙ୍କ ଐତିହ୍ୟକୁ ବିଜେପି ଲୁଚାଇବାକୁ ଚାହିୁଁଛି, ତେବେ କାହିଁକି ପ୍ରଧାନମନ୍ତ୍ରୀ ସଂସଦରେ ଚୋଳ ରାଜବଂଶର ସଙ୍ଗୋଲକୁ ସ୍ଥାପିତ କରିଛନ୍ତି । ଏହା ନିଶ୍ଚିତଭାବରେ ହାସ୍ୟାସ୍ପଦ ଅଟେ ।

ଏକ ପୋଷ୍ଟରେ ଅନ୍ନାମଲାଇ ଲେଖିଛନ୍ତି, ଡିଏମକେ ଭାବେ କି ତାମିଲନାଡୁର ଇତିହାସ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା । ଉଭୟ ଶିବଶଙ୍କର ଓ ଥିରୁ ରଘୁପତି ଭଗବାନ ରାମଙ୍କ ଉପରେ ବସି ଚିନ୍ତା କରି ସହମତିରେ ପହଞ୍ଚିବାକୁ ସେ ଚେତାବନୀ ଦେଇଛନ୍ତି । ନିଜ ସହଯୋଗୀ ଡିଏମକେ ନେତା ଥିରୁ ରଘୁପତିଙ୍କଠୁ ଶିବଶଙ୍କର ରାମଙ୍କ ବିଷୟରେ ଗୋଟିଏ ଦୁଇଟି କଥା ଶିଖି ପାରିବେ ବୋଲି ଅନ୍ନା ମଲାଇ କହିଛନ୍ତି ।

Get real time updates directly on you device, subscribe now.