fbpx

Reliance JIO ଆଣିଛି ମ୍ୟାଜିକ୍ ଅଫର୍… ଅନଲିମିଟେଡ୍ କଲିଙ୍ଗ, ଡାଟା ସହିତ OTT ସବସ୍କ୍ରିପ୍ସନ: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ୟୁଜର ଅସନ୍ତୋଷ ଜାହିର କରିଛନ୍ତି । କମ୍ପାନୀ ନିଜ ପୋର୍ଟଫୋଲିଓକୁ ଅପଡେଟ କରି ପ୍ଲାନ୍ସ ରେଟ୍ ବୃଦ୍ଧି କରିଛି ରିଲାଏନ୍ସ ଜିଓ । ଏହାବ୍ୟତୀତ ନେଟଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମ ଭଳି ଓଟିଟି ପ୍ଲାଟଫର୍ମକୁ ଆକ୍ସେସ ଦେଉଥିବା କିଛି ପ୍ଲାନ ମଧ୍ୟ ବନ୍ଦ କରି ଦେଇଥିଲା କମ୍ପାନୀ । କିନ୍ତୁ ବର୍ତ୍ତମାନ ଜିଓ କିଛି ନୂଆ ପ୍ଲାନ ଲଞ୍ଚ୍ କରିଛି । ଏହି ପ୍ଲାନରେ ୟୁଜରମାନଙ୍କୁ ମନୋରଞ୍ଜନର ଖୁରାକ ମିଳିବ । ତେବେ ଆସନ୍ତୁ ଜାଣିବା ଜିଓର କିଛି ଶସ୍ତା ପ୍ଲାନ, ଯେଉଁଥିରେ OTT ପ୍ଲାଟଫର୍ମକୁ ମଧ୍ୟ ସବସ୍କ୍ରିପ୍ସନ ମିଳିଥାଏ ।

  • ୩୨୯: ରିଲାଏନ୍ସ ଜିଓର ଏହି ପ୍ଲାନରେ ୟୁଜରଙ୍କୁ ପ୍ରତିଦିନ ଅନଲିମିଟେଡ କଲିଙ୍ଗ ସହ ୧.୫ ଜିବି ଡାଟା, ୧୦୦ SMS ମିଳିଥାଏ । ୨୮ ଦିନର ଭ୍ୟାଲିଡିଟି ସହ ଏହି ପ୍ଲାନ ଉପଲବ୍ଧ ରହିଛି । ଏହାସହିତ ଏହି ପ୍ଲାନରେ ‘Jio Saavn Pro’ ପାଇଁ ଆକ୍ସେସ ମିଳିଥାଏ ।
  • ୯୪୯: ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୨ ଜିବି ଡାଟା, ୧୦୦ SMS ଏବଂ ଅନଲିମିଟେଡ କଲିଙ୍ଗ ସୁବିଦା ମିଳିପାରିବ । ୮୪ ଦିନ ପାଇଁ ଭ୍ୟାଲିଡିଟି ଦେବ ଏହି ରିଚାର୍ଜ ପ୍ଲାନ । ଏହାବ୍ୟତୀତ ଏହି ପ୍ଲାନରେ Disney+ Hotstar ଆପ୍ କୁ ସବସ୍କ୍ରିପ୍ସନ ମିଳିଥାଏ ।
  • ୧୦୪୯: ଜିଓର ଏହି ପ୍ଲାନରେ ୟୁଜରଙ୍କୁ ୮୪ ଦିନ ପାଇଁ ଅନଲିମିଟେଡ କଲିଙ୍ଗ ସହ ଦୈନିକ ୨ ଜିବି ଡାଟା ଏବଂ ୧୦୦ SMS ଉପଲବ୍ଧ ମିଳିଥାଏ । ଏହି ପ୍ଲାନରେ Sony Liv ଏବଂ Zee5 ଆପ୍ ଇତ୍ୟାଦିକୁ ଆକ୍ସେସ ମିଳିଥାଏ । ଏହି ୩ଟି ପ୍ଲାନରେ Jio TV, Jio cloud ଏବଂ Jio Cinema ସବସ୍କ୍ରିପ୍ସନ ଉପଲବ୍ଧ ରହିଛି ।

Get real time updates directly on you device, subscribe now.