fbpx

IND VS SL: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଅମୀମାସିଂତ ରହିଲା,କାହିଁକି ହେଲାନି ସୁପର ଓଭର! କ’ଣ କହୁଛି ICCର ଏହି ନିୟମ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଅମୀମାସିଂତ ରହିଲା, କାହିଁକି ହେଲାନି ସୁପର ଓଭର! କ’ଣ କହୁଛି ….ର ଏହି ନିୟମ
ଓଡିଶା ଭାସ୍କର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଅମୀମାଂସିତ ଭାବରେ ଶେଷ ହୋଇଛି । ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୩୦ ରନ କରିଥିଲେ । ଜବାବରେ ଭାରତ ମଧ୍ୟ ସମାନ ରନ କରିଥିଲା । ଫଳରେ ମ୍ୟାଚ ଅମୀମାଂସିତ ରହିଥିଲା । ମାତ୍ର ଟ୍ୱେଣ୍ଟି-ଟ୍ୱେଣ୍ଟି ମୁକାବିଲା ଭଳି ଏହି ମ୍ୟାଚରେ ସୁପରଓଭର ଖେଳାଗଲାନି । କାହିଁକି!

ଆଇସିସି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ସନ୍ୟାସ ନେଇଥିବା ରୋହିତ ଶର୍ମାଙ୍କ ଭାରତୀୟ ଦଳ ଏହି ମ୍ୟାଚ ଜିତି ପାରିଲା ନାହିଁ । ହିଟମ୍ୟାନଙ୍କ ଧୂଆଁଧାର ପାରି ମଧ୍ୟ ବେକାର ହୋଇଯାଇଥିଲା । ଶ୍ରୀଲଙ୍କା ଟସ ଜିତି ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ଲକ୍ଷ୍ୟର ପଶ୍ଚାତଧାବନ କରି ଶ୍ରୀଲଙ୍କା କରିଥିବା ସମାନ ରନରେ ଆଉଟ ହୋଇଥିଲା । ମ୍ୟାଚ ଅମୀମାଂସିତ ରହିଲା ଓ ଶୃଙ୍ଖଳାର ଅନ୍ୟ ଦୁଇଟି ମ୍ୟାଚ ସିରିଜ ବିଜେତା ନିର୍ଣ୍ଣୟ କରିବ ।

ଆଇସିସିର ନିୟମ ଅନୁସାରେ, ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟର ସମସ୍ତ ମୁକାବିଲାରେ ସୁପରଓଭର ନିୟମ ରହିଛି । ମାତ୍ର ଏ ନିୟମ ଦିନିକିଆ ପାଇଁ ଟିକେ ଭିନ୍ନ ଅଟେ । ଦିନିକିଆର ସମସ୍ତ ମୁକାବିଲାରେ ସୁପରଓଭର ଖେଳାଯିବାର ନିୟମ ନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମୁକାବିଲାରେ ଆଇସିସି ସୁପରଓଭର ନିୟମ ରଖିଛି । ଯାହା ୨୦୧୯ ଦିନିକିଆ ବିଶ୍ୱକପରେ ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ସେହି ସମୟରେ ଅମୀମାଂସିତ ରହିଥିଲା । ଫଳରେ ମ୍ୟାଚ ସୁପରଓଭରକୁ ଚାଲିଯାଇଥିଲା । କିନ୍ତୁ, ତାହା ବି ଟାଇ ରହିବାରୁ ବାଉଣ୍ଡ୍ରି ମାରିବାକୁ ନେଇ ବିଜେତା ନିର୍ଣ୍ଣୟ କରାଯାଇଥିଲା । ଇଂଲଣ୍ଡ ଦଳ ଅଧିକ ଚୌକା ଛକା ମ୍ୟାଚରେ ମାରିଥିବାରୁ ସେ ବିଜେତା ସାଜିଥିଲା ।

Get real time updates directly on you device, subscribe now.