fbpx

କ୍ୱାର୍ଟର ଫାଇନାଲରେ ଅମିତଙ୍କୁ ମିଳିଲା ରେଡ୍ କାର୍ଡ: ୧୦ ଖେଳାଳି ସହ ବ୍ରିଟେନକୁ ଦେଲା ଚକମା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ହକି ଦଳ । ଆଜି କ୍ୱାର୍ଟର ଫାଇନାଲ ମ୍ୟାଚରେ ବ୍ରିଟେନକୁ ୪-୨ରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି । ତେବେ ସେମି ଫାଇନାଲ ଟିକେଟ ହାସଲ କରିବା ପୂର୍ବରୁ ହକି ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଓଡ଼ିଶାର ତଥା ଭାରତର ଷ୍ଟାର ହକି ପ୍ଲେୟର ଅମିତ ରୋହିଦାସଙ୍କୁ ଏହି ମ୍ୟାଚରେ ରେଡ କାର୍ଡ ମିଳିଛି । ଏଥିପାଇଁ ତାଙ୍କୁ ମ୍ୟାଚରୁ ବ୍ୟାନ୍ ମଧ୍ୟ କରାଯାଉଛି । ତେବେ କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ପରେ ଟିମ ଇଣ୍ଡିଆ ଏବେ ସେମି ଏବଂ ଫାଇନାଲରେ ବିଜୟୀ ହୋଇ ପଦକ ଆଣିବା ଲକ୍ଷ୍ୟରେ ରହିଛି ଭାରତ ।

ପ୍ୟାରିସ ଅଲିମ୍ପିକ୍ସ -୨୦୨୪ରେ ଭାରତୀୟ ହକି ଦଳ ବ୍ରିଟେନକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ମ୍ୟାଚ ମଝିରେ ଷ୍ଟାର ହକି ପ୍ଲେୟର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଛି । ଫଳରେ ନକ୍ ଆଉଟ ମୁକାବିଲାରେ ୧୦ ଜଣ କେଳାଳିଙ୍କୁ ନେଇ ମ୍ୟାଚ କେଳିଛି ଭାରତୀୟ ହକି ଟିମ୍ । ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଅମିତଙ୍କୁ ଏହି ରେଡ କାର୍ଡ ଦିଆଯାଇଛି । ମ୍ୟାଚର ୧୭ତମ ମିନିଟରେ ଅମିତଙ୍କ ହକି ଭୁଲବଶତଃ ବ୍ରିଟେନର ଜଣେ ଖେଳାଳିଙ୍କ ମୁହଁରେ ଲାଗି ଯାଇଥିଲା । ତେବେ ବିପକ୍ଷ ଦଳର ଖେଳାଳି ଏଥିରେ ଆହତ ହୋଇଥିବାରୁ ଅମ୍ପାୟାର ଅମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭୁଲ ନଥାଇ ମଧ୍ୟ ଅମିତଙ୍କୁ ରେଡ କାର୍ଡ ଧରାଇ ଦେଇଛନ୍ତି ଅମ୍ପାୟାର ।

ରେଡ କାର୍ଡ ମିଳିବାର ଅର୍ଥ ହେଉଛି, ଖେଳାଳି ଜଣକ ଏହି ମ୍ୟାଚରେ ଆଗକୁ ଖେଳିପାରିବେ ନାହିଁ କିମ୍ବା ଦଳର ଅନ୍ୟ କୌଣସି ଖେଳାଳି ତାଙ୍କ ସ୍ଥାନରେ ଦଳରେ ଏଣ୍ଟ୍ରି କରିପାରିବେ ନାହିଁ । ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ କମେଣ୍ଟ୍ରି ବକ୍ସରେ ଥିବା ପୂର୍ବତନ ହକି ପ୍ଲେୟର ନିନ୍ଦା କରିଛନ୍ତି । ଏହି ଘଟଣା ପାଇଁ ଅମିତଙ୍କୁ ରେଡ କାର୍ଡ ପରିବର୍ତ୍ତେ ୟେଲୋ କାର୍ଡ ଦିଆଯିବା ଉଚିତ୍ ଥିଲା ବୋଲି ସେମାନେ ମତ ଦେଇଛନ୍ତି । ଏହାଫଳରେ ଅମିତ ରୋହିଦାସ ମ୍ୟାଚରେ ୧୦ ମିନିଟ ପାଇଁ ଦଳରୁ ବାହାରେ ରହିଥାନ୍ତେ । ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜଣେ ଖେଳାଳିଙ୍କ ଉପରେ ଏପରି କାର୍ଯ୍ୟନୁଷ୍ଠାନ ଅନୁଚିତ ବୋଲି କହିଛନ୍ତି ପୂର୍ବତନ ଖେଳାଳି ।

Get real time updates directly on you device, subscribe now.