fbpx

ସେମି ଫାଇନାଲରେ ଭାରତର ‘ଲକ୍ଷ୍ୟ’ ଭ୍ରଷ୍ଟ, ଅଟକିଲେ ଲକ୍ଷ୍ୟ ସେନ୍: ଏବେ ବି ଜିତିପାରନ୍ତି ପଦକ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଶଟଲରରେ ସେମିଫାଇନାଲରେ ପହଞ୍ଚିବା ପରେ ସେ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଆଣିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେମି ଫାଇନାଲ ମ୍ୟାଚରେ ହିଁ ତାଙ୍କ ଅଭିଯାନ ଶେଷ ହୋଇଛି । ଡେନମାର୍କ ଷ୍ଟାର ଭିକ୍ଟର ଏକ୍ସଲସେନ୍ ଲକ୍ଷ୍ୟଙ୍କୁ ପରାସ୍ତ କରି ଭାରତର ଏହି ଆଶାକୁ ଭାଙ୍ଗି ଦେଇଛନ୍ତି । ସେମି ଫାଇନାଲ ମ୍ୟାଚରେ ଲକ୍ଷ୍ୟଙ୍କୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭିକ୍ଟର ।

ସେମି ଫାଇନାଲ ମ୍ୟାଚରେ ଡେନମାର୍କକୁ ଭେଟିଥିଲେ ଲକ୍ଷ୍ୟ ସେନ୍ । ଏହି ମ୍ୟାଚରେ ଷ୍ଟାର ଶଟଲର ଲକ୍ଷ୍ୟ ସେନଙ୍କୁ ଭିକ୍ଟର ଏକ୍ସଲସେନ୍ ୨-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଗେମରେ ୨୨-୨୦ ଏବଂ ଦ୍ୱିତୀୟ ଗେମରେ ୨୧-୧୪ ରେ ଲକ୍ଷ୍ୟଙ୍କୁ ପରାସ୍ତ କରିଛନ୍ତି ଭିକ୍ଟର । ଲକ୍ଷ୍ୟଙ୍କୁ ପରାସ୍ତ କରି ଭିକ୍ଟର ପ୍ୟାରିସ ଅଲିମ୍ପିକ୍ସରେ ମେନ୍ସ ସିଙ୍ଗଲ୍ସରେ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ପ୍ରଥମ ଗେମରେ ଭିକ୍ଟର ଏକ୍ସଲସେନ୍ ଆରମ୍ଭ କରି ୩ ପଏଣ୍ଟ ହାସଲ କରିଥିଲେ । କିନ୍ତୁ ଏହାପରେ ଲକ୍ଷ୍ୟ ସେନ୍ ଦମଦାର କମବ୍ୟାକ କରିଥିଲେ । ସୁନ୍ଦର ସ୍ମାଶ ଖେଳିବା ସହ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଲିଡ୍ ହାସଲ କରିବାରେ ସଫଳ ହୋଇଥିଲେ । ଲକ୍ଷ୍ୟ ସେନ୍ ଗୋଟିଏ ସମୟରେ ୭ ପଏଣ୍ଟ ଆଗୁଆ ରହିଥିବା ବେଳେ ଭିକ୍ଟର ଦମଦାର କମବ୍ୟାକ କରି ୨୨-୨୦ରେ ଏହି ଗେମ୍ ବିଜୟୀ ହୋଇଛନ୍ତି ।

ତେବେ ଦ୍ୱିତୀୟ ଗେମ୍ ରେ ଦମଦାର କମବ୍ୟାକ କରିଥିଲେ ଲକ୍ଷ୍ୟ ସେନ୍ । ଲଗାତାର ୭ ପଏଣ୍ଟ ହାସଲ କରିବାରେ ସଫଳ ହୋଇଥିଲେ ଲକ୍ଷ୍ୟ । କିନ୍ତୁ ଏହାପରେ ଭିକ୍ଟର କମବ୍ୟାକ କରି ବ୍ରେକ ପର୍ଯ୍ୟନ୍ତ ସ୍କୋର ୧୦-୧୧ କରିନେଇଥିଲେ । ଏହାପରେ ମ୍ୟାଚକୁ ୨୧-୧୪ରେ ବିଜୟୀ ହୋଇଛନ୍ତି ଭିକ୍ଟର ଏକ୍ସଲସେନ୍ ।

Get real time updates directly on you device, subscribe now.