fbpx

ଭାରତୀୟ ହକି ଦଳକୁ ଲାଗିଲା ଶକ୍ତ ଝଟକା, ସେମିଫାଇନାଲରେ ଖେଳିବେନି ଓଡିଆ ପୁଅ ଅମିତ ରୋହିଦାସ

ଓଡିଶା ଭାସ୍କର: ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଉପରେ ଲାଗିଛି ଗୋଟିଏ ମ୍ୟାଚ ପାଇଁ ବ୍ୟାନ । ଫଳରେ ଭାରତୀୟ ଦଳର ଏହି ମହତ୍ତ୍ୱପୂର୍ଣ୍ଣ ଖେଳାଳି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ । ଯାହା ଫଳରେ ତାଙ୍କର ଅନୁଭବ ଓ ଅନୁପସ୍ଥିତି ଭାରତୀୟ ହକି ଦଳ ଉପରେ ପଡିବାକୁ ଯାଉଛି । ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରୁ ସେ ଆଉଟ ହୋଇଛନ୍ତି । ଭାରତୀୟ ଦଳର ଡିଫେନ୍ସ ଦୁର୍ବଳ ହେବାର ଆଶଙ୍କା ମଧ୍ୟ କରାଯାଉଛି ।

ଇଣ୍ଟରନ୍ୟାସନଲ ହକି ଫେଡେରେସନ (FIH) ଅମିତଙ୍କୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ କରିଛି । କହିରଖୁ, ଭାରତୀୟ ଦଳର ଏହି ଷ୍ଟାର ଖେଳାଳି ବ୍ରିଟେନ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚରେ ରେଡ କାର୍ଡ ପାଇଥିଲେ । ଏହି ରେଡ କାର୍ଡ ପାଇଁ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ବ୍ରିଟେନ ବିପକ୍ଷ ମ୍ୟାଚରେ ବ୍ରିଟେନର ଫରୱାର୍ଡ ୱିଲ କୈଲନନଙ୍କ ସହ ଅମିତଙ୍କ ଧକ୍କା ହୋଇଥିଲା । ରୋହିଦାସ ମିଡଫିଲ୍ଡରେ ଧକ୍କାରୁ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ସମୟରେ ତାଙ୍କର ହକି ଷ୍ଟିକ କୈଲନନଙ୍କ ଚେହେରାରେ ବାଜିଥିଲା । ଏହାକୁ ମ୍ୟାଚ ରେଫରୀ ଗମ୍ଭୀର ଭାବରେ ନେଇ ନ ଥିଲେ । କିନ୍ତୁ, ଭିଡିଓ ଦେଖିବା ପରେ ଏହି ଫଇସଲା ଓଲଟି ଯାଇଥିଲା ଓ ଅମିତଙ୍କୁ ରେଡ କାର୍ଡ ମିଳିଥିଲା ।

Get real time updates directly on you device, subscribe now.