fbpx

HPSC Recruitment 2024: ୪୦ ବର୍ଷୀୟ ପ୍ରାର୍ଥୀ ଦେଇପାରିବେ ପରୀକ୍ଷା, ଜାଣନ୍ତୁ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ହରିୟାଣା ପବ୍ଲିକ ସର୍ଭିସ କମିଶନ(HPSC) Motor Vehicle Officer (ଏନଫୋର୍ସମେଣ୍ଟ) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଉପରୋକ୍ତ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ hpsc.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୨୨ ସନ୍ଧ୍ୟା ୫ଟା ।
ହରିୟାଣା ପବ୍ଲିକ ସର୍ଭିସ କମିଶନ ଏହି ରିକ୍ରୁଟମେଣ୍ଟ ଡ୍ରାଇଭ୍ ଦ୍ୱାରା ୩୬ଟି ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଏଥିରୁ ୧୩ଟି ପଦବୀ ମୋଟର ବେହିକିଲ ଅଫିସର(ଏନଫୋର୍ସମେଣ୍ଟ)ଏବଂ ୨୩ଟି ପଦବୀ ମୋଟର ବେହିକିଲ ଅଫିସର (ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ) ପାଇଁ ରହିଛି ।

ଆବେଦନ କରିବାର ଯୋଗ୍ୟତା:

ମୋଟର ବେହିକିଲ ଅଫିସର(ଏନଫୋର୍ସମେଣ୍ଟ) ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ୬୦% ମାର୍କ ସହ ସ୍ନାତକ ଉତ୍ତୀର୍ଣ୍ଣ କରିଥିବେ । ଏହା ସହ ମାଟ୍ରିକ୍ କିମ୍ବା ଦ୍ୱାଦଶରେ ହିନ୍ଦୀ କିମ୍ବା ସଂସ୍କୃତ ବିଷୟ ପଢ଼ିଥିବେ । ସେହିପରି ମୋଟର ବେହିକିଲ ଅଫିସର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ହରିୟାଣା ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମେକାନିକାଲ କିମ୍ବା ଅଟୋମୋବାଇଲ ଇଂଜିନିୟରିଂରେ ସ୍ନାତକ କରିଥିବେ । ଏହା ବ୍ୟତୀତ ସେମାନଙ୍କ ପାଖରେ ଅତିକମରେ ୧ ବର୍ଷର ଅଭିଜ୍ଞତା ଥିବା ଜରୁରୀ ଅଟେ । ଏଥିପାଇଁ ପ୍ରାର୍ଥୀ ଜଣଙ୍କ ୧୮ରୁ ୪୨ ବର୍ଷ ବୟସ ମଧ୍ୟରେ ହୋଇଥିବେ । ସଂରକ୍ଷିତ ଶ୍ରେଣୀ ପାଇଁ ଆୟୁ ସୀମାରେ ରିଲାକ୍ସେସନ ରହିଛି ।

ଆବେଦନ ଶୁଳ୍କ ଓ ଚୟନ ପ୍ରକ୍ରିୟା

ମୋଟର ବେହିକିଲ ଅଫିସର ପଦବୀ ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଏବଂ ସଂରକ୍ଷିତ ବର୍ଗ ଓ ମହିଳାଙ୍କ ପାଇଁ ମାତ୍ର ୨୫୦ ଟଙ୍କା ରହିଛି । ପିଏଚ୍ ଶ୍ରେଣୀ ପ୍ରାର୍ଥୀ ଶୁଳ୍କ ଦେବାରୁ ବଂଚିତ । ପ୍ରଥମେ ଲିଖିତ ପରୀକ୍ଷା, ଦ୍ୱିତୀୟ ଡକ୍ୟୁମେଣ୍ଟ ଭେରିଫିକେସନ ଓ ଶେଷରେ ମେଡିକାଲ ଟେଷ୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପରୀକ୍ଷାର ତାରିଖ ଘୋଷଣା ହୋଇନଥିବା ବେଳେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ନିୟମିତ ଅଫିସିଆଲ ୱେବସାଇଟ୍ ଚେକ୍ କରିପାରିବେ ।

Get real time updates directly on you device, subscribe now.