fbpx

(video): ମହିଳାଙ୍କ କେଶରେ ଥିଲା ଉକୁଣୀ, ବିମାନର ଜରୁରୀକାଳୀନ ଅବତରଣ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଆମେରିକା ଏବେ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚାର କାରଣ ହେଉଛି ଜଣେ ମହିଳାଙ୍କ କେଶର ଉକୁଣୀ । ଆମେରିକାରେ ଏକ ବିମାନ ଉଡୁଥିବା ସମୟରେ ଜଣେ ମହିଳାଙ୍କ କେଶରେ ଉକୁଣୀ ଦେଖିବାକୁ ମିଳିଛି । ଫଳରେ ବିମାନ ଜରୁରୀକାଳୀନ ଭାବରେ ଅବତରଣ କରିଛି । କୌତୁହଳ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ଭାବରେ ସତ । ଘଟଣାଟି ହେଉଛି ଏହିଭଳି…

ଆମେରିକାର ଏକ ବିମାନ ଉଡାଣ କରୁଥିବା ସମୟରେ ଜଣେ ମହିଳାଙ୍କ କେଶରେ ଉକୁଣୀ ଦୃଷ୍ଟିଗୋଚର ହୋଇଥିଲା । ଫଳରେ ହଠାତ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ସହଯାତ୍ରୀମାନେ ଭୟରେ ହୋ-ହାଲ୍ଲା କରିବାରେ ମଧ୍ୟ ଲାଗିଥିଲେ । ଏହି ବିମାନଟି ଲସ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିଲା । ମାତ୍ର ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନରେ ଟିକଟକ କ୍ରିଏଟର୍ସ ଏଥନ ଜୁଡେଲସନ ମଧ୍ୟ ଯାତ୍ରା କରୁଥିଲେ । ଏହି ଘଟଣାର ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବିମାନ ଅବତରଣ ପରେ ମହିଳା ଜଣକ ଦୌଡିକି ପଳାଇଥିଲେ । କେହି କିଛି ବୁଝିପାରି ନଥିଲେ । ମହିଳା ଜଣକ ମଧ୍ୟ ବେଶ୍ ବ୍ୟତିବ୍ରସ୍ତ ହୋଇ ପଡିଥିଲେ ।

ମହିଳାଙ୍କ କେଶର ଉକୁଣୀ କାରଣରୁ ବିମାନକୁ ଫିନିକ୍ସରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଲୋକେ ଭୟଭୀତ ହୋଇ ପଡିଥିଲେ ଓ ଅବତରଣର କାରଣ ଅନେକ ସମୟ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ । ବିମାନରେ ବହୁ ସମୟ ପର୍ଯ୍ୟନ୍ତ ହୋ ହାଲ୍ଲା ମଧ୍ୟ ଲାଗି ରହିଥିଲା । ଅବତରଣ ସମୟ ଅପେକ୍ଷା ଅବତରଣ ପରେ ଏହି ଘଟଣା ଆହୁରି ଭିନ୍ନ ମୋଡ ନେଇଥିଲା । ୧୨ ଘଣ୍ଟା ବିଲମ୍ବିତ ହୋଇଥିଲା ବିମାନ ମହିଳାଙ୍କ କେଶର ସାମାନ୍ୟ ଉକୁଣୀ ପାଇଁ । ଫଳରେ ଯାତ୍ରୀଙ୍କୁ ହୋଟେଲର ଭାଉଚର ମଧ୍ୟ ପ୍ରଦାନ କରାଯାଇଥିଲା । ଏୟାରଲାଇନ୍ସର କହିବାମୁସାରେ, ମେଡିକାଲ ଇମାରଜେନ୍ସି ପାଇଁ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଆମେରିକାରେ ଘଟିଥିବା ଏହି ଘଟଣା ସାରା ବିଶ୍ୱରେରେ ଏବେ କୌତୁହଳ ସୃଷ୍ଟି କରିବା ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।

https://www.facebook.com/uniladmag/posts/people-ran-out-as-soon-as-they-could-/919322640239406/?_rdr

 

Get real time updates directly on you device, subscribe now.