fbpx

NPCIL ନିଯୁକ୍ତି: ୨୭୯ ପଦ ଖାଲି, ମାସିକ ଦରମା ୩୨ ହଜାର ଉପରେ

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ପାୱର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନପିସିଆଲ) ପକ୍ଷରୁ ୨୭୯ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନି (ଏସଟି/ଟିଏ) ଅପରେଟର ଓ କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନିଂ (ଏସଟି/ଟିଏନ) ମେଣ୍ଟେନର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆବେଦନ କରିପାରିବେ ।

ଏହି ପଦ ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି, ଏକ୍ସସର୍ଭିସମେନ, ମହିଳା, ଏନପିସିଆଲ କର୍ମଚାରୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ଅଗଷ୍ଟ ୨୨ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ସୀମା ୧୮ ଓ ସର୍ବାଧିକ ବୟସ ସୀମା ୨୪ ବର୍ଷ ହୋଇଥିବା ଆବଶ୍ୟକ ।

ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ଦଶମ, ଯୁକ୍ତଦୁଇ ପାସ୍ କରିଥିବା ଆବଶ୍ୟକ । କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନି (ଏସଟି/ଟିଏ) ଅପରେଟର ପାଇଁ ୧୫୩ଟି ପଦ ଖାଲି ରହିଥିବା ବେଳେ କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନିଂ (ଏସଟି/ଟିଏନ) ମେଣ୍ଟେନର ପାଇଁ ୧୨୬ଟି ପଦ ଖାଲି ରହିଛି । ଆବେଦନ କରବିା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: https://drive.google.com/file/d/17rRY-ANogdNlLDuebo-idUfm6hEtwZjR/view?pli=1

Get real time updates directly on you device, subscribe now.