fbpx

ଏଣିକି ‘ଆଖୁରସ’ରେ ଚାଲିବ କାର୍! ଦରକାର ନାହିଁ ପେଟ୍ରୋଲ-ଡିଜେଲ: ଟାଟା ତିଆରି କରୁଛି ନୂଆ ପ୍ଲାନ

ନୂଆଦିଲ୍ଲୀ: କାର ଏବଂ ବାଇକ ଚାଳକ ମାନଙ୍କ ମୁଣ୍ଡରୁ ଖୁବଶୀଘ୍ର ହଟିବ ପେଟ୍ରୋଲ-ଡିଜେଲ ଚିନ୍ତା । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏ ନେଇ ବଡ଼ ଘୋଷଣା କରିଛନ୍ତି । ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର ଏବଂ ବାଇକ ପ୍ରସ୍ତୁତ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଏହି କାର୍ ଏବଂ ବାଇକ୍ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି । ଏଥିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବାକୁ ପଡ଼ିବ ନାହିଁ । ଏ ନେଇ ନିତିନ ଗଡ଼କାରୀଙ୍କ ତରଫରୁ ଘୋଷଣା ହୋଇଛି ।

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ଟୋୟୋଟା ଏଭଳି ଫ୍ଲେକ୍ସ ଇଞ୍ଜିନ୍ ପ୍ରସ୍ତୁତ କରିଥିଲା । ଏଥିରେ ୧୦୦ ପ୍ରତିଶତ ଇଥାନଲ ବ୍ୟବହାର କରାଯାଉଛି । ଏହି ଯାନବାହନ ଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଏ । ସେ କହିଛନ୍ତି ଯେ, ବିଭିନ୍ନ ଭାରତୀୟ କମ୍ପାନୀ ଏଭଳି ଗାଡ଼ି ମୋଟର ଇଞ୍ଜିନ ପ୍ରସ୍ତୁତ କରିବା ପାଇଁ ଚାରାରୋପଣ ଆରମ୍ଭ କରିସାରିଛନ୍ତି । ଏଥିରେ ବ୍ୟବହାର ହେଉଥିବା ଇଥାନଲ ଆଖୁ ରସ, ଶିରା ଏବଂ ମକ୍କାରୁ ପ୍ରସ୍ତୁତ କରାଯାଏ ।

ନିତିନ ଗଡ଼କରୀ କହିଛନ୍ତି ଯେ, ଜାପାନର ଅଟୋ ନିର୍ମାତା କମ୍ପାନୀ ଟୋୟୋଟା ଏହାର ପ୍ରସ୍ତୁତି ଆରମ୍ଭ କରିଛି । ମହାରାଷ୍ଟ୍ରରେ ଫ୍ଲେକ୍ସ ଇଞ୍ଜିନ କାର୍ ନିର୍ମାଣ କରିବା ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ ପାଇଁ ଘୋଷଣା କରିଥିବା କହିଛନ୍ତି ଗଡ଼କରୀ । ,ହାବ୍ୟତୀତ ଟାଟା ଏବଂ ସୁଜୁକି ମଧ୍ୟ ଫ୍ଲେକ୍ସ ଇଞ୍ଜିନ ଗାଡ଼ି ତିଆରି କରିବା ପାଇଁ ଘୋଷଣା କରିଛନ୍ତି । ତେବେ ସୁଜୁକି ଦୁଇଚକିଆ ଯାନ ତିଆରି ପାଇଁ ପ୍ଲାନ କରୁଥିବା ବେଳେ ଟାଟା ଫ୍ଲେକ୍ସ ଇଞ୍ଜିନ୍ କାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି । ବଜାଜ୍ ଏବଂ ଟିଭିଏସ ମଧ୍ୟ ଏହି ବାଇକ୍ ଏବଂ ସ୍କୁଟର ପ୍ରସ୍ତୁତ କରିବା ଦିଗରେ ଆଗେଇ ଆସିଛନ୍ତି ।

ଗଡ଼କରୀ କହିଛନ୍ତି ଯେ, କେବଳ ପେଟ୍ରୋଲ-ଡିଜେଲ ଆମଦାନୀ କରିବା ପାଇଁ ପ୍ରତିବର୍ଷ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଫ୍ଲେକ୍ସ ଇଞ୍ଜିନ କାର ପ୍ରସ୍ତୁତ ହୋଇଗଲେ, କୃଷକମାନଙ୍କୁ ସିଧାସଳଖ ଏହାର ଫାଇଦା ମିଳିବ । ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ଭଳି ଇଥାନଲ ପମ୍ପ ତିଆରି ହେବ । ଏହି ନୂଆ ଇନ୍ଧନ ଟଙ୍କା ବଞ୍ଚାଇବା ସହ କୃଷକଙ୍କ ଆମଦାନୀ ବଢାଇବାରେ ମୁଖ୍ୟ ଭୂମିକା ତୁଲାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.