fbpx

(video): ଜୁନିୟର ଏନଟିଆଙ୍କ ସହ ରୋମାଣ୍ଟିକ ମୋଡରେ ଜାହ୍ନବୀ, ଶ୍ରୀଦେବୀ ତନୟାଙ୍କ ବୟଫ୍ରେଣ୍ଡ କହିଲେ …

ଓଡିଶା ଭାସ୍କର: ନିକଟରେ ଜାହ୍ନବୀ କପୂରଙ୍କ ସିନେମା ‘ଉଲଝ’ ବକ୍ସ ଅଫିସରେ ଆଖିଦୃଶିଆ ଭାବରେ ସେମିତି କିଛି କରି ପାରି ନାହିଁ । ସିନେମାଟି ଦର୍ଶକଙ୍କୁ ନିରାଶ କରିଛି । ଇତିମଧ୍ୟରେ କିନ୍ତୁ, ହଟ ଆଣ୍ଡ ବୋଲ୍ଡ ଗର୍ଲ ତଥା ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀଙ୍କ ଅପକମିଂ ସିନେମା ‘ଦେବରା’ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗତ ୫ ତାରିଖରେ ଏହି ଅପକମିଂ ସିନେମାର ଗୀତ ‘ଧୀରେ ଧୀରେ’ ରିଲିଜ ହୋଇଛି ।

ପ୍ରକାଶଥାଉ ଯେ, ‘ଦେବରା’ ଅଭିନେତ୍ରୀ ଜାହ୍ନବୀ ସାଉଥ ଅଭିନେତା ତଥା ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ସହ ନଜର ଆସିବେ । ‘ଧୀରେ ଧୀରେ’ ଗୀତରେ ଜାହ୍ନବୀ ଏନଟିଆରଙ୍କ ସହ ଜବରଦସ୍ତ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଯାହାକୁ ଦେଖିଲେ ଧୀରେ ଧୀରେ ଦର୍ଶକଙ୍କ ଶରୀରରେ ଶିହରଣ ଖେଳିଯାଉଛି । ସିନେପ୍ରେମୀ ମଧ୍ୟ ଉଭୟଙ୍କ ରୋମାନ୍ସ ଦେଖି ନିଜର ହୃଦୟ ଦେଇ ଦେବାରେ ଲାଗିଲେଣି ଜାହ୍ନବୀଙ୍କୁ । ଏଥିରେ ସାମିଲ ହୋଇଛନ୍ତି ଜାହ୍ନବୀଙ୍କ ବୟଫ୍ରେଣ୍ଡ ଶିଖର ପହାଡିଆ । ସେ ଗୀତର ଅକ କ୍ଲିପ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି ‘ୱା…ଓ’ ।

Get real time updates directly on you device, subscribe now.