fbpx

Video; ୩ବର୍ଷ ଧରି ଝିଅକୁ ଟିଟିକାରି ମାରୁଥିଲେ ପଡ଼ୋଶୀ; ଢୋଲ ବାଡ଼େଇ କହିଲେ ମହିଳା- ‘ମୋ ଝିଅ ଫାର୍ଷ୍ଟ ହେଇଛି…’

ଓଡ଼ିଶା ଭାସ୍କର: ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ହେଲେ ଏମିତି କିଛି ଭିଡିଓ ଥାଏ ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଉ ଅଧିକ ଦିନ ଧରି ଲୋକ ମାନେ ବାରମ୍ୱାର ଦେଖିଥାନ୍ତି । ସେମିତି ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @JohnWick0876 ନାମକ ଆକାଉଣ୍ଟରୁ ଭାଇରାଲ ହେଇଛି । ଭିଡିଓରେ ଜଣେ ମହିଳା ଢୋଲ ବାଡ଼େଇ କହୁଛନ୍ତି ଶୁଣ ମୋ ଝିଅ ଫାର୍ଷ୍ଟ ହୋଇଛି ।

ସୂଚନା ଅନୁସାରେ ମହିଳାଙ୍କ ଝିଅ ସ୍କୁଲରେ ପଢୁଥିଲା, ଆଖ ପାଖରେ ଥିବା ପଡ଼ୋଶୀ ସେହି ଝିଅକୁ ତିନି ବର୍ଷ ଧରି ପଠ ପଢୁ ନଥିବା କହି ଟିଟିକାରି ମାରୁଥିଲେ । ହେଲେ ତିନି ବର୍ଷ ପରେ ଯେବେ ପିଲାଟି ପରୀକ୍ଷା ଦେଇଥିଲା ଏବଂ ପରୀକ୍ଷା ଫଳ ବାହାରିଲା ସେତେବେଳେ ସେ ସ୍କୁଲରେ ଫାର୍ଷ୍ଟ ହୋଇଥିଲା । ଆଉ ଯେତେବେଳେ ପିଲାଟିର ମାଆ ଝିଅ ଫାର୍ଷ୍ଟ ହୋଇଥିବା କଥା ଜାଣିଥିଲେ ସେ ଖୁସିରେ ଏକ ବାଜା ଆଣି ବଜାଇଥିଲେ ।

ଝିଅର ଏପରି ସଫଳତାକୁ ନେଇ ମହିଳା ଜଣକ ବୋହୁତ ଖୁସି ହେବା ସହ ଯେଉଁମାନେ ତାଙ୍କ ଝିଅକୁ ଟିଟିକାରି ମାରୁଥିଲେ, ସେମାନଙ୍କ ଦୁଆରକୁ ଯାଇ ବାଜା ବଜାଇ କହିଲେ ଶୁଣ- ମୋ ଝିଅ ସ୍କୁଲରେ ଫାର୍ଷ୍ଟ ହେଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ଭଲ କମେଣ୍ଟ କରିଛନ୍ତି । ଝିଅ ପ୍ରତି ଜଣେ ମାଆର ଆତ୍ମ ବିଶ୍ୱାସ ଓ ସ୍ୱାଭିମାନ ଫେରି ପାଇଛି । ଯାହା ସମାଜକୁ ଏକ ଭଲ ଶିକ୍ଷା ଦେଲା ଭଳି ମେସେଜ ।

Get real time updates directly on you device, subscribe now.