fbpx

ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ଟି ରାଜ୍ୟରେ ୧୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ସେପଟେମ୍ବର ୩ରେ ୧୨ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନ ଖାଲି ରହିଛି । ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୧ ଅଗଷ୍ଟ । ସେହିପରି ୨୨ ଅଗଷ୍ଟରେ ପ୍ରାର୍ଥୀପତ୍ର ଯାଂଚ ପାଇଁ ଏବଂ ୨୭ ଅଗଷ୍ଟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ସେପଟେମ୍ବର ୩ରେ ଭୋଟି ଗଣତି ହେବ ।

 

 

 

 

Get real time updates directly on you device, subscribe now.